fbpx
BJD
BJD SKY
BJD SKY

କରଞ୍ଜିଆ: ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ, ୨ ଗୁରୁତର

BJD

କରଞ୍ଜିଆ: ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ । ୧୦ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ହୋଇଥିବା ବ୍ୟକ୍ତି କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨୨୦ନଂ ଜାତୀୟ ରାଜପଥ ଟାଟ ନିକଟରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ ବରଯାତ୍ରୀ । ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଥିବା ଅନୁମାନ କରାଯାଉଛି ।

ସେପଟେ ରାଜ୍ୟରେ ଆହୁରି ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଏକ ବାଲି ବୋଝେଇ ଡମ୍ପରକୁ ପଛରୁ ପିଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ୯ ଜଣ ବରଯାତ୍ରୀଙ୍କୁ ନେଇ ଏକ ବୋଲେରୋ ଗତକାଲି ବିଳମ୍ବିତ ରାତିରେ କଟକରୁ ପାରଦୀପା ଗାଁ ଅଭିମୁଖେ ଫେରୁଥିଲା। ବୋଲେରୋଟି ଆଜି ଭୋରରୁ ଦହିସଡା ନିକଟରେ ପହଞ୍ଚିଥିଲା।

ସେହି ସମୟରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବୋଲେରୋ ଚାଳକ ତାହାକୁ ଦେଖି ପାରି ନ ଥିଲେ। ଫଳରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଡମ୍ପର ପଛ ପଟେ ପିଟି ହୋଇଥିଲା। ଆଠଗଡ଼ ତିଗିରିଆରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍ ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ପ୍ରଣ ହରାଇଥିବା ସୂଚନା ରହିଛି। ତେବେ ଏହି ପୃଥକ୍ ପୃଥକ୍ ଦୁର୍ଘଟଣାରେ ଛଅ ଜଣଙ୍କ ମୃତ୍ୟ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.