fbpx

BIG BREAKING…ପୋଲିସ ଷ୍ଟେସନ ଭିତରେ ଗୁଳିବିନିମୟ; ଶିବସେନା ନେତାଙ୍କୁ ଗୁଳିକଲେ ବିଜେପି ବିଧାୟକ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ଥାନା ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳିବିନିମୟରେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପି ବିଧାୟକ-ଶିବସେନା (ସିନ୍ଦେ) ଗୋଷ୍ଠୀ ନେତାଙ୍କ ମଧ୍ୟରେ ସଂଘର୍ଷ ପରେ ଉଲହାସନଗର ଥାନାରେ ଏହି ଘଟଣା ଘଟିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଡିସିପି ସୁଧାକର ପଠାରେ କହିଛନ୍ତି ଯେ ଶିବସେନା (ସିନ୍ଦେ) ଗୋଷ୍ଠୀ ନେତା ମହେଶ ଗାଇକୱାଡ ଏବଂ ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କ ମଧ୍ୟରେ ମତଭେଦ ଥିଲା ଏବଂ ସେମାନେ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ କିଛି ଆଲୋଚନା ଚାଲିଥିଲା ଯେ ହଠାତ୍ ଗଣପତ ଗାଇକୱାଡ ମହେଶ ଗାଇକୱାଡ ଏବଂ ତାଙ୍କ କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ ଚାଲିଛି। ଶିବସେନା ନେତା ଆନନ୍ଦ ଦୁବେ ଉଲହାସନଗର ଗୁଳିକାଣ୍ଡ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ପୋଲିସ ଷ୍ଟେସନ ଭିତରେ ଗୁଳିବିନିମୟ ହୋଇଥିଲା, ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଜେପି ବିଧାୟକ ଗଣପତ ଗାଇକୱାଡ, ଯାହାଙ୍କୁ ଶିବସେନା (ସିନ୍ଦେ) ଗୋଷ୍ଠୀ ନେତା ମହେଶ ଗାଇକୱାଡ ଗୁଳି କରିଥିଲେ।

Get real time updates directly on you device, subscribe now.