ସରକାରୀ କର୍ମଚାରୀଙ୍କର ଲାଗିଲା ଲଟେରୀ! ସର୍ବନିମ୍ନ ବେତନ ୨୭ ହଜାରକୁ ବୃଦ୍ଧି ହେବ, ଘରଭଡ଼ା ଭତ୍ତାରେ ୩୨ ପ୍ରତିଶତ ବୃଦ୍ଧି

ନୂଆଦିଲଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନିଆ ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀଙ୍କର ମୂଳ ବେତନ ଓ ପେନସନରେ ୫୮.୫୦ ପ୍ରତିଶତ ବୃଦ୍ଧି ଘଟିବ । ସେହିପରି ଘରଭଡ଼ା ଭତ୍ତାରେ ୩୨ ପ୍ରତିଶତ ବୃଦ୍ଧି ହେବ । ଏଣିକି କର୍ମଚାରୀଙ୍କର ସର୍ବନିମ୍ନ ବେତନ ୧୭ ହଜାରରୁ ବୃଦ୍ଧି ପାଇ ୨୭ ହଜାରରେ ପହଞ୍ଚିବ । ସେହିପରି ସର୍ବାଧିକ ବେତନ ୧,୫୦,୬୦୦ ଟଙ୍କାରୁ ବୃଦ୍ଧି ପାଇ ୨,୪୧,୨୦୦ ଟଙ୍କାରେ ପହଞ୍ଚିଯିବ । ନୂଆ ନିଷ୍ପତ୍ତି ଫଳରେ କର୍ମଚାରୀଙ୍କର ଲଟେରୀ ଲାଗିଛି କହିଲେ ଚଳେ ।

ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଉଥିବା ବେଳେ ଅନ୍ୟପଟେ କର୍ଣ୍ଣାଟକ ସରକାର ସରକାରୀ କର୍ମଚାରୀଙ୍କ ବେତନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ସିର୍ଦ୍ଧରମୈୟା ସରକାର ଦରମାରେ ବୃଦ୍ଧି କରିଛନ୍ତି । ଏହି ଘୋଷଣା ପରେ କର୍ମଚାରୀଙ୍କ ବେତନରେ ୯୦,୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିବ । ଏଥିସହିତ ଘର ଭଡ଼ା ଭତ୍ତା (ଏଚଆରଏ)ରେ ମଧ୍ୟ ଅଦ୍ଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିବ । ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ରାଜକୋଷରୁ ୨୦ ହଜାର କୋଟି ବାର୍ଷିକ ଖର୍ଚ୍ଚ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନରେ ୨୦୨୨ ମସିହା ଜୁଲାଇ ପହିଲାଠାରୁ ୫୮.୫ ପ୍ରତିଶତ ବୃଦ୍ଧି ଘଟିବ । ବେତନ ଓ ପେନସନରେ ସଂଶୋଧନ ଚଳିତ ବର୍ଷ ଅଗଷ୍ଟ ଠାରୁ ଲାଗୁ ହେବ ଓ ଏଚଆରଏଏରେ ୩୨ ପ୍ରତିଶତ ବୃଦ୍ଧି ହେବ । ଆସନ୍ତା ଅଗଷ୍ଟ ମାସଠାରୁ ସରକାରୀ କର୍ମଚାରୀଙ୍କ ବେତନ, ବେତନ ସମ୍ବନ୍ଧୀୟ ଭତ୍ତା ଓ ପେନସନରେ ସଂଶୋଧନ କରାଯିବ । ଏନେଇ ଜୁଲାଇ ୧୫ରେ କ୍ୟାବନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ୨୦୨୨ ମସିହା ଜୁଲାଇ ପହିଲା ସୁଦ୍ଧା କର୍ମଚାରୀଙ୍କ ମୂଳ ବେତନରେ ୩୨ ପ୍ରତିଶତ ମହଙ୍ଗା ଭତ୍ତା ଓ ୨୭.୫୦ ପ୍ରତିଶତ ଫିଟମେଣ୍ଟ ଯୋଡ଼ି ବେତନ ଓ ପେନସନକୁ ସଂଶୋଧନ କରାଯିବ ।