fbpx

ବଡ଼ ନିଷ୍ପତ୍ତି: ମନ୍ଦିରର ପୂଜାରୀଙ୍କୁ ମିଳିବ ମାସିକ ୯୦ ହଜାର ଟଙ୍କା ଦରମା, ବୀମା ଅର୍ଥ ମଧ୍ୟ ମିଳିବ, ଖୁବଶୀଘ୍ର ଜାରି ହେବ ବିଜ୍ଞାପନ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଏଣିକି ମନ୍ଦିରର ପୂଜାରୀ ପାଇବେ ମାସିକ ୯୦ ହଜାର ଟଙ୍କା ଦରମା । ଏଥିସହିତ କନିଷ୍ଠ ପୂଜାରୀଙ୍କୁ ୮୦ ହଜାର ଓ ସହାୟକ ପୂଜାରୀଙ୍କୁ ୬୫ ହଜାର ଟଙ୍କା ଦରମା ମିଳିବ । ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତେବେ ମୋଟ ୫୦ ଜଣ ପୂଜାରୀଙ୍କୁ ନିଯୁକ୍ତି ଦିଆଯିବ । ସେଥିପାଇଁ ଖୁବଶୀଘ୍ର ବିଜ୍ଞାପନ ଜାରି କରାଯିବ । ବୀମା ଅର୍ଥ ବାବଦରେ ପୂଜାରୀଙ୍କୁ ୧୦ ହଜାର, ୭.୫ ହଜାର ଓ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ବାରାଣସୀ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରର ନ୍ୟାସର ୧୦୫ତମ ବୈଠକର ୪୧ ବର୍ଷ ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ସହମତି ପ୍ରକାଶ ପାଇଛି । ମୋଟ ୫୦ ଜଣ ପୂଜାରୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ । ଏହି ଅବସରରେ ଜିଲ୍ଲାର ସମସ୍ତ ସଂସ୍କୃତ ଛାତ୍ରଙ୍କୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ତରଫରୁ ମାଗଣାରେ ପୋଷାକ ଓ ପୁସ୍ତକ ପ୍ରଦାନ କରାଯିବ । ପ୍ରଥମ ଥର ମନ୍ଦିର ତରଫରୁ ସଂସ୍କୃତ ଜ୍ଞାନ ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିସହିତ ସହରର ବିଭିନ୍ନ ସ୍ଥାନରେ ବାବାଙ୍କ ଭୋଗ ପ୍ରସାଦ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଗତ ୧୯୮୩ ମସିହାରେ ମନ୍ଦିରର ଅଧିଗ୍ରହଣ ପରେ ପୂଜାରୀ ସେବା ନିୟମାବଳୀକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା । ମାତ୍ର ଏବେ ସେନେଇ ପରିବର୍ତ୍ତନ କରାଯିବା ପରେ ନୂଆ ନିୟମ ଲାଗୁ ହେବ । ସଂସ୍କୃତ ବିଦ୍ୟାଳୟମାନଙ୍କରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ବହି ଓ ଡ୍ରେସ ପ୍ରଦାନ ନେଇ ପ୍ରସ୍ତାବ ରଖାଯାଇଥିଲା । ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଥିବା ବେଳେ ଆସନ୍ତା ୧-୨ ମାସ ମଧ୍ୟରେ ଏହାକୁ ପାଳନ କରିବାକୁ ସହମତି ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.