fbpx

ପାକିସ୍ତାନ ଜିନ୍ଦାବାଦ ନାରା ପଡିଲା ମହଙ୍ଗା: ଦେଶଦ୍ରୋହ ମାମଲା ରୁଜୁ କଲା ପୋଲିସ, ଦେଖନ୍ତୁ ଭାଇରାଲ ଭିଡିଓ

Advertisement

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ କଲେଜ ଛାତ୍ର ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ୍ । ଭାରତ ପାକିସ୍ତାନ ବିଶ୍ୱକପ ମ୍ୟାଚରେ ଭାରତର ପରାଜୟ ପରେ ଏହି ଛାତ୍ରଛାତ୍ରୀ ମାନଙ୍କ ସହିତ କର୍ତ୍ତୃପକ୍ଷ ଉତ୍ସବ ମନାଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହା ସହିତ ଏହି ଭିଡିଓରେ ପାକିସ୍ତାନ ଜିନ୍ଦାବାଦର ନାରା ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଇ ଜଣ ମେଡିକାଲ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରବିବାରର ମ୍ୟାଚ ସମୟରେ ସ୍କିମସ କଲେଜର ଦୁଇ ଜଣ ଛାତ୍ର ଭାରତ ବିରୋଧୀ ନାରା ଦେଇଥିଲେ । ଏହି ଭିଡିଓଚ ଆଧାରରେ ଦୁଇ ଛାତ୍ରଙ୍କ ନାମରେ ୟୁଏପିଏ ଆଧାରରେ ମାମଲା ରୁଜୁ କରାଯାଇଛି । ସୁମେଧା ଶର୍ମା ନିଜର ଟ୍ୱିଟ୍ଟର ଆକାଉଣ୍ଟରେ ଏହି ଭିଡିଓିଟି ଶେୟାର କରିଥିଲେ । ଏହାପରେ ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ ଏହାକୁ ରିଟ୍ୱିଟ କରିବା ସହିତ ଏପରି ନାରା ଦେଉଥିବା ଲୋକ ମାନଙ୍କୁ ଦେଶଦ୍ରୋହୀ ଭାବରେ ଅଭିହିତ କରିଥିଲେ । ଦେଶରେ ଗଦ୍ଦାର ଲୁଚି ରହିଛନ୍ତି ଏମାନଙ୍କ ଠାରୁ ସାବଧାନ ରୁହନ୍ତୁ ବୋଲି ଭିଜ ଟ୍ୱିଟ କରିଛନ୍ତି ।

Get real time updates directly on you device, subscribe now.