fbpx

ଆଇସୋଲେସନରେ ବ୍ରିଟେନର ଯୁବରାଣୀ କେଟ୍; ଜାଣନ୍ତୁ କାହିଁକି

ଲଣ୍ଡନ: ବ୍ରିିଟେନ୍ ରାଜ ପରିବାରର ଡଚେସ୍ ଅଫ୍ କେମ୍ବ୍ରିଜ୍(ଯୁବରାଣୀ) କେଟ୍ ମିଡିଲଟନ୍ ଆଇସୋଲେସନରେ ରହିଛନ୍ତି । ଜଣେ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଯୁବରାଣୀ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ ରହିଛନ୍ତି । ବ୍ରିଟେନରେ ଜାରି ରହିଥିବର ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇଥିଲେ କେଟ୍ । ଏହି ମ୍ୟାଚ୍ ଦେଖିବା ସମୟରେ କେଟ୍ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । କେଟ୍ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ନେଇ ଜାଣିବା ପରେ ତୁରନ୍ତ ନିଜକୁ ଆଇସୋଲେଟ୍ କରି ରଖିଥିବା ଜଣାପଡିଛି ।

କେଟଙ୍କ ନିକଟରେ ସଂକ୍ରମଣର କୌଣସି ଲକ୍ଷଣ ନଥିବା ଜଣାପଡିଛି । ତେବେ ସରକାରୀ ଗାଇଡଲାଇନ୍ ଅନୁଯାୟୀ ସେ ସମସ୍ତ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି । ଏହା ସହିତ ବ୍ରିଟେନର ୭୩ତମ ଜାତୀୟ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରୁ ମଧ୍ୟ କେଟ୍ ଓହରିବା ସ୍ପଷ୍ଟ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଉଭୟ କେଟ୍ ଓ ପ୍ରିନ୍ସ ୱିଲିୟମ୍ସ ପ୍ରଥମ ଡୋଜର କରୋନା ଟିକା ନେଇ ସାରିଛନ୍ତି । ମେ ୨୯ ତାରିଖରେ କେଟ୍ ପ୍ରିନ୍ସ ୱିଲିୟମଙ୍କ ସହିତ ନିଜର ପ୍ରଥମ ଡୋଜର ଟିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.