fbpx

ମାନସଙ୍କୁ ମାରିବା ପାଇଁ ବ୍ୟବହାର ହୋଇଥିଲା ବାଉଁଶ ଫାଳିଆ: ଅମାନୁଷିକ ଭାବେ ପିଟି ପିଟି ହୋଇଥିଲା ହତ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ଠାରୁ ଓଗାଳୁଛି ସତ୍ୟ । କ୍ରାଇମ ସିନ୍ ରିକ୍ରିଏସନ ସହ ଶର୍ମିଷ୍ଠା ଏବଂ ଝୁନାଙ୍କୁ ଆମ୍ନା ସାମ୍ନି ଜେରା କରୁଛି କ୍ରାଇମବାଞ୍ଚ ।

ଏହାରି ମଧ୍ୟରେ ଆଉ ହତ୍ୟାକାଣ୍ଡକୁ ନେଇ ଆଉ ଏକ ନୂଆ ତଥ୍ୟା ସାମ୍ନାକୁ ଆସିଛି । ନୂଆ ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ ମାନସଙ୍କୁ ବାଉଁଶ ଫାଳିଆ ଓ କାଠ ଫାଳିଆରେ ପିଟି ପିଟି ହତ୍ୟାକରାଯାଇଥିଲା, ହତ୍ୟାରେ ବ୍ୟବହୃତ ବାଉଁଶ, କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । କେୟାର ଟେକରର ସୂଚନା ଅନୁସାରେ ଭୁବନେଶ୍ୱର ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଏବଂ ଗୋଟିଏ କାଠ ଫାଳିଆ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗି ଦେଇଥିଲା । ତବେ ଜବତ ହୋଇଥିବା ସେହି୪ ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ଏସସିବିର ଏଫଏମଟିକୁ ପଠାଯାଇଥିଲା । ମାନସଙ୍କୁ ସମ୍ଭବତଃ ଏଥିରେ ମରାଯାଇଥିବା ନେଇ କଟକ ଏସସିବି ମେଡିକାଲ ଏଫଏମଟି ବିଭାଗ ପ୍ରଫେସର କହିଛନ୍ତି ।

ସେପଟେ ମେମୋରି ଚିପ୍ ସମ୍ପର୍କିତ କୌଣସି ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିନାହିଁ । ମାନସଙ୍କ ଘରେ ତଦନ୍ତକାରୀ ଟିମ୍ ମେମୋରୀ କାର୍ଡ ଖୋଜିସାରିଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ଦୟାଲ ଆଶ୍ରମକୁ ବି ଯାଇଥିଲେ ହେଲେ ସେଠାରେ ମଧ୍ୟ ମେମୋରୀ କାର୍ଡ ମିଳିନାହିଁ ।

ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଥିବାବେଳେ ରିମାଣ୍ଡ ପରେ ରବିବାର ଚାନ୍ଦବାଲି ଜେଏମ୍‌ଏଫସିଙ୍କ ଅଦାଲତରେ ହାଜର କରିଥିଲା । ହାଜର ସମୟରେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ତେବେ ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଭଦ୍ରକ ଜେଲକୁ ପଠାଇ ଦେଇଛନ୍ତି । ରିମାଣ୍ଡ ସମୟରେ ବହୁ କିଛି ତଥ୍ୟ ହାସଲ କରିବାକୁ ବାକି ରହିଥିବାରୁ ଏମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇଛି ।

Get real time updates directly on you device, subscribe now.