ମାଳଦ୍ୱୀପର ନୂଆ ଚାଲ୍: କ୍ୟାଟ୍ରିନା ଗ୍ଲୋବାଲ ବ୍ରାଣ୍ଡ ଅମ୍ବାସଡର
ଭାରତୀୟଙ୍କ ବିନା ମାଳଦ୍ୱୀପର ନାହିଁ ଅନ୍ୟଗତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ନୂଆ ଚାଲ୍ ।
ଓଡିଶା ଭାସ୍କର: ମାଳଦ୍ୱୀପ ପର୍ଯ୍ୟଟନ ଆକର୍ଷଣ ବୃଦ୍ଧି କରିବା ଲକ୍ଷ୍ୟରେ ବଲିଉଡ୍ ସୁପରଷ୍ଟାର କ୍ୟାଟ୍ରିନା କୈଫଙ୍କୁ ଏହାର ନୂତନ ବିଶ୍ୱ ବ୍ରାଣ୍ଡ ଅମ୍ବାସଡର ଭାବରେ ବଛାଯାଇଛି। ମଙ୍ଗଳବାର ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଘୋଷଣା କରାଯାଇଛି।
କ୍ୟାଟ୍ରିନାଙ୍କ ପ୍ରତିକ୍ରିୟା
ମାଳଦ୍ୱୀପର ସନି ସାଇଡ୍ ଅଫ୍ ଲାଇଫ୍ର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ହେବା ବିଷୟରେ, କ୍ୟାଟ୍ରିନା କୈଫ କହିଛନ୍ତି, “ମାଳଦ୍ୱୀପ ହେଉଛି ବିଳାସପୂର୍ଣ୍ଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ, ଯେଉଁଠାରେ ଶାନ୍ତିର ଭେଟ ମିଳେ ।
ମୁଁ ଏହାର ବ୍ରାଣ୍ଡ ଅମ୍ବାସଡର ହେବାରେ ଗର୍ବିତ। ଏହି ସହଯୋଗ ବିଶ୍ୱର ଲୋକଙ୍କ ପାଇଁ ମହାନ ଯାତ୍ରା ଅଭିଜ୍ଞତା ଆଣିବା ପାଇଁ ଏବଂ ମୁଁ ମାଳଦ୍ୱୀପର ଅନନ୍ୟ ଆକର୍ଷଣ ଏବଂ ବିଶ୍ୱସ୍ତରୀୟ ଅଭିଜ୍ଞତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଉତ୍ସାହିତ।”
ଗର୍ବର ବିଷୟ
ମାଳଦ୍ୱୀପ ମାର୍କେଟିଂ ଏବଂ ପବ୍ଲିକ ରିଲେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଥୋୟିବ ମହମ୍ମଦ କହିଛନ୍ତି, “କ୍ୟାଟ୍ରିନା କୈଫଙ୍କୁ ବିଶ୍ୱ ବ୍ରାଣ୍ଡ ଅମ୍ବାସଡର କରିବା ଆମ ପାଇଁ ବହୁତ ଗର୍ବର ବିଷୟ। ବିଶେଷକରି ଭାରତରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏ ପ୍ରକାର ପଦକ୍ଷେପ ସାହାଯ୍ୟ କରିବ।”
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ସୂଚନାନୁସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତର ଗୋଟିଏ ମାସ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ଗତ ବର୍ଷ ଆରମ୍ଭରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ, ପୁଣି ଥରେ ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଠନ କରିବା ପାଇଁ ଏହା ନିଆଯାଇଛି।