fbpx

(Video) ଶ୍ରାବଣ ମାସରେ ଘଟିଗଲା ଅଘଟଣ: ସର୍ପାଘାତରେ ଚାଲିଗଲା ମହିଳା କାଉଡ଼ିଆଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଯୋଡ଼ା ଶ୍ରାବଣ ଚାଲିଥିବା ବେଳେ ପ୍ରତ୍ୟେକ ସୋମବାର ଦିନ ମନ୍ଦିରମାନଙ୍କରେ କାଉଡ଼ିଆଙ୍କର ଗ୍ରହଳି ଜମୁଛି । ବ୍ରତ କରିଥିବା କାଉଡ଼ିଆମାନେ ଉପବାସ କରି ମହାଦେବ ଶିବଙ୍କ ଲିଙ୍ଗରେ କାହିଁ କେତେ ଦୂରରୁ ଚାଲିଚାଲି ଆସି ପାଣି ଢାଳୁଛନ୍ତି । ଖରା, ବର୍ଷାରେ ବହୁ କଷ୍ଟ ସ୍ୱୀକାର କରି କାଉଡ଼ିଆମାନେ ନିଜର ମନ ସ୍କାମନା ପୂରଣ ପାଇଁ ଶିବଙ୍କ ମୁଣ୍ଡରେ ପାଣି ଢାଳୁଛନ୍ତି ।

ଶିବ ମନ୍ଦିରରେ ଜଳଲାଗି ଗଲେ ମହାଦେବଙ୍କ କୃପା ଲାଭ ହୋଇଥାଏ ବୋଲି କାହିଁ କେତେ କାଳରୁ ବିଶ୍ୱାସ ରହିଛି । ତେବେ ଶିବଙ୍କ ମୁଣ୍ଡରେ ପାଣି ଢାଳିବାକୁ ଆସିଥିବା ଜଣେ କାଉଡ଼ିଆଙ୍କ ସହିତ ଘଟିଯାଇଛି ଏକ ବଡ଼ ଅଘଟଣ । ପଶ୍ଚିମବଙ୍ଗରୁ ଆସିଛି ଏଭଳି ଏକ ବଡ଼ ଖବର । କୋଲକାତା ସହରର ଧନତାଲା ଥାନା ଅନ୍ତର୍ଗତ ବାହିରଗାଚି ଅଞ୍ଚଳର ସରସ୍ୱତୀ ବିଶ୍ୱାସ ଶିବ ମନ୍ଦିରକୁ ପାଣି ଢାଳିବା ଆଶାରେ ରାଣାଘାଟ ଥାନାର ମୁକୁନ୍ଦପୁର ମନ୍ଦିରକୁ ଯାଇଥିଲେ । ନିଜର ମନସ୍କାମନା ପୂରଣ କରିବା ପାଇଁ ସରସ୍ୱତୀ ମନ୍ଦିର ନିକଟରେ ଥିବା ଏକ ଗଛରେ ପଥର ବାନ୍ଧିବାକୁ ଯାଇଥିଲେ ।

ତେବେ ଏହି ସମୟରେ ଏକ ବିଷାକ୍ତ ସାପ ସରସ୍ୱତୀଙ୍କୁ ହଠାତ୍ ଚୋଟ ମାରିଥିଲା ଆଉ ସରସ୍ୱତୀ ସେହି ସ୍ଥାନରେ ହିଁ ଟଳି ପଡ଼ିଥିଲେ । ଚୋଟ ମାରିବା ପରେ ସାପଟି ସେହି ଗଛ ପାଖକୁ ପୁଣି ଚାଲିଯାଇଥିଲା । ଏହା ଦେଖି ମନ୍ଦିରରେ ଥିବା ଅନ୍ୟ ଭକ୍ତମାନେ ଭୟଭୀତ ହୋଇଯାଇଥିଲେ । ପରେ ସରସ୍ୱତୀଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ସରସ୍ୱତୀଙ୍କୁ ମୃତ ଘୋଷଣା କରିଥିଲେ । ଏଭି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.