fbpx

ବାଃ! କୌଶଲ ତାମ୍ବେ…ଶାନଦାର୍ କ୍ୟାଚ୍ ଧରି ଇଂଲିଶ ବ୍ୟାଟ୍ସମ୍ୟାନଙ୍କ ଶତକ ରୋକିଲେ, ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅଣ୍ଡର ୧୯ ବିଶ୍ୱକପ୍ ର ଫାଇନାଲ୍ ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ ଏଣ୍ଟିଗାର ସର୍ ଭିଭିୟନ୍ ରିଚାର୍ଡସ୍ ଷ୍ଟାଡିୟମ୍ ରେ ଅନୁଷ୍ଟିତ ହୋଇଥିଲା । ତେବେ ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ଵକପ ଟ୍ରଫି ହାସଲ କରିଛି ଭାରତ । ୟଶ ଧୁଲଙ୍କ ନେତୃତ୍ବରେ ଖେଳୁଥିବା ଭାରତ ରୋମାଞ୍ଚକର ଫାଇନାଲ ମୁକବିଲାରେ ଇଂଲଣ୍ଡ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୯ ରନ କରି ଥିବାବେଳେ ଭାରତ ୧୪ ବଲ ପୂର୍ବରୁ ମ୍ୟାଚ ଜିତି ନେଇଥିଲା। ଭାରତ ପକ୍ଷରୁ ରାଜ ଵାୱା ୫ ୱିକେଟ୍ ଓ ୩୫ ରନ୍ କରିଥିଲେ। ଉପ ଅଧିନାୟକ ଶେକ୍ ରଶିଦ ଓ ନିଶାନ୍ତ ସିନ୍ଧୁ ୫୦ ରନ ଲେଖାଏଁ କରିଥିଲେ । ସେହିପରି ବାମ ହାତୀ ପେସର୍ ରବି କୁମାର ୪ଟି ୱିକେଟ୍ ନିଜ ନାମରେ କରିଥିଲେ ।

 

View this post on Instagram

 

A post shared by ICC (@icc)

ଅନ୍ୟପଟେ ଭାରତ ଓ ଇଂଲଣ୍ଡର ଏହି କଡ଼ା ମୁକାବିଲାରେ କୌଶଲ ତାମ୍ବେଙ୍କର ଏକ ଶାନଦାର୍ କ୍ୟାଚ୍ ଦେଖିବାକୁ ମିଳିଥିଲା । ଏହି କ୍ୟାଚ୍ କୁ ନେଇ ଏବେ ତାଙ୍କର ଖୁବ୍ ପ୍ରଂଶସା କରାଯାଉଛି । ତାମ୍ବେଙ୍କ କ୍ୟାଚ୍ ସମୟର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଫ୍ୟାନ୍ସ ମାନେ କମେଣ୍ଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

ବାସ୍ତବରେ ଇଂଲଣ୍ଡ ବ୍ୟାଟିଂ କରୁଥିବା ସମୟରେ ୪୪ ଓଭର୍ ରେ ରବି କୁମାର ବୋଲିଂ କରୁଥିଲେ । ରବିଙ୍କର ଏହି ଓଭର୍ ର ପ୍ରଥମ ବଲ୍ ରେ ଜେମ୍ସ ରେଉ ଡିପ୍ ସ୍କେ୍ୱୟାର୍ ଲେଗ୍ ରେ ବଡ଼ ସଟ୍ ଲଗାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ସଟ୍ ର ଟାଇମିଂ ଠିକ୍ ନହେବାରୁ ବଲ୍ ଟି ବାଉଣ୍ଡ୍ରି ନିକଟରେ ଫିଲ୍ଡିଂ କରୁଥିବା କୌଶଲ ତାମ୍ବେର ହାତରେ ଯାଇ ପଡ଼ିଥିଲା । ଆଉ ଏହି କ୍ୟାଚ୍ ତାଙ୍କୁ ଏବେ ପ୍ରଂଶସାର ପାତ୍ର କରିଦେଇଛି । ପ୍ରଥମରେ ସେ ବଲ୍୍ କୁ ଧରିଥିଲେ କିନ୍ତୁ ତାହା ଖସିଯିବାକୁ ଯାଉଥିବାରୁ ସେ ଉପରକୁ ପକାଇ ପୁଣିତାକୁ ଧରିବାରେ ସଫଳ ହୋଇଥିଲେ । ଏହିଭଳି ଭାବରେ ଇଂଲଣ୍ଡ ବ୍ୟାଟ୍ସ ମ୍ୟାନ୍ ଶତକ କରିପାରିନଥିଲେ ଓ ମୋଟ ୯୫ ରନ୍ କରି ପାଭିଲିୟାନ୍ କୁ ଫେରିଯାଇଥିଲେ ।

Get real time updates directly on you device, subscribe now.