fbpx

KBC 14: ଦ୍ୱାଦଶ ପାସ୍ ଗୃହିଣୀ ଜିତିଲେ ୧ କୋଟି

ନୂଆଦିଲ୍ଲୀ: କୌନ ବନେଗା କରୋଡ଼ପତି ୧୪ ସିଜିନର ପ୍ରଥମ କୋଟିପତିଙ୍କ ନାମ ଘୋଷଣା କରାଯାଇଛି । ଦ୍ୱାଦଶ ପାସ କରିଥିବା ଜଣେ ଗୃହିଣୀ ଏହ ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧ କୋଟି ଟଙ୍କା ଜିତି ସମସ୍ତଙ୍କ ହୃଦୟ ଜିତି ସାରିଛନ୍ତି । କୋହ୍ଲାପୁର ନିବାସୀ କବିତା ଚାୱଲା ପୁରସ୍କାର ରାଶି ବାବଦକୁ ପାଇଥିବା ୧ କୋଟି ଅର୍ଥକୁ କିପରି ଖର୍ଚ୍ଚ କରିବେ ମଧ୍ୟ କହିଛନ୍ତି ।

ବିଗ୍ ବି ଅମିତା ବଚନ କେବିସି ୧୪କୁ ହୋଷ୍ଟ କରୁଥିବା ବେଳେ ଏହି ଶୋ’କୁ ସମସ୍ତେ ବହୁତ ପସନ୍ଦ କରିଥିଲେ । କେବିସି ୧୪ର ପ୍ରଥମ ପ୍ରତିଯୋଗୀ ଭାବେ ମହାରାଷ୍ଟ୍ରର କୋହ୍ଲାପୁରର କବିତା ଏହି ସଫଳତା ହାସଲ କରିଛନ୍ତି । ସେ ଦୀର୍ଘ ୨୧ ବର୍ଷ ଧରି ଏଥିପାଇଁ ସଂଘର୍ଷ କରୁଥିଲେ ବୋଲି କେବିସି ହଟସିଟରେ ବସିବା ପରେ କବିତା କହିଥିଲେ ।

ଝିଅମାନଙ୍କୁ ପାଠ ପଢ଼ାଇବା ସପକ୍ଷରେ ନଥିଲେ କବିତାଙ୍କ ପିତା । ତେଣୁ କବିତାଙ୍କୁ ଦଶମ ପରେ ପାଠ ଛାଡ଼ିବାକୁ ପଡ଼ିଥିଲା । ପରେ କବିତା ଜଣେ ପ୍ରଫେସରଙ୍କ ସହଯୋଗରେ ଦ୍ୱାଦଶ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ଏହାପରେ କବିତାଙ୍କର ବିବାହ ହୋଇଥିଲା ଓ ସେ ଆଗକୁ ଆଉ ପଢ଼ି ପାରିନଥିଲେ । ତେବେ ଏହି ଅର୍ଥକୁ ସେ ତାଙ୍କର ୨୫ ଲକ୍ଷର ଏଜୁକେସନ ଲୋନ ସୁଝିବାରେ ନିୟୋଜିତ କରିବେ । ଏହାପରେ ସେ ନିଜ ପାଇଁ ଏକ ଘର କିଣିବେ ଓ ଭାରତ ଦର୍ଶନରେ ଯିବେ ବୋଲି କବିତା କହିଛନ୍ତି ।

Get real time updates directly on you device, subscribe now.