fbpx

Instagram Postର ଭୟଙ୍କର ପ୍ରତିଶୋଧ: ଫଟୋ ଅପଲୋଡ କରିବାରୁ ଏମିତି କାଣ୍ଡ କଲେ ଗାର୍ଲଫ୍ରେଣ୍ଡ

ବେଙ୍ଗଲୁରୁ: ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିବା ଆଜିକାଲି ଗୋଟିଏ ସାଧାରଣ କଥା । କିନ୍ତୁ ବେଙ୍ଗଲୁରୁରେ ଏହି ଫଟୋ ପୋଷ୍ଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ତେବେ ହତ୍ୟାକାରୀ ଆଉ କେହି ନୁହଁନ୍ତି, ବରଂ ଯୁବକଙ୍କର ପ୍ରେମିକା । ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ମୃତ ଯୁବକ ଜଣକ ଡାକ୍ତର ହୋଇଥିବା ବେଳେ ପ୍ରେମିକା ଜଣେ ଆର୍କିଟେକ ବୋଲି ଜାଣିବାକୁ ମିଳିଛି । ହେଲେ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ କାହିଁକି ହତ୍ୟା କରାଗଲା ତାହା ହେଉଛି ମାମଲାର ପ୍ରକୃତ ରହସ୍ୟ ।

ବେଙ୍ଗଲୁରୁ ଡାକ୍ତର ବିକାଶ ଏବଂ ପ୍ରେମିକାଙ୍କ ମଧ୍ୟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ । । ଯାହାର ଶେଷ ପୂର୍ଣ୍ଣଚ୍ଛେଦ ବିକାଶଙ୍କ ହତ୍ୟାରେ ପଡିଛି । କିଛି ଦିନ ପରେ ଉଭୟଙ୍କ ବିବାହ ହେବାକୁ ଥିବା ବେଳେ ନିଜ ହାତରେ ନିଜ ସିନ୍ଦୁର ପୋଛି ଦେଇଛନ୍ତି ଏହି ମହିଳା । ଭାବି ସ୍ୱାମୀଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ସେ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ହତ୍ୟା କରିଛନ୍ତି । ତେବେ ତେବେ ଯୁବତୀ ଏବଂ ତାଙ୍କ ମାଆଙ୍କର କିଛି ଅଶ୍ଳୀଳ ଫଟୋ କେହି ଜଣେ ଅପଲୋଡ କରିବା ସହ ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ପଠାଇ ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହାପରେ ଘଟଣାର ଯାଞ୍ଚ କରିବାରୁ ଏକ ଭୟାନକ ସତ ସାମନାକୁ ଆସିଛି । ପ୍ରେମିକ ବିକାଶ ନିଜେ ଏକ ଫର୍ଜି ଆକାଉଣ୍ଟରୁ ଏମିତି କରିଥିବା ଜାଣିବାକୁ ପାଇଥିଲେ ପ୍ରେମିକା ।

लिव इन में रहने वाली लड़की ने की दी डॉक्टर की हत्या

ଏହାପରେ ବିକାଶଙ୍କଠାରୁ ପ୍ରତିଶୋଧ ନେବାକୁ ପ୍ଲାନ କରିଥିଲେ ପ୍ରେମିକା । ବିକାଶଙ୍କୁ ଘରକୁ ଡାକି ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ମାଡ ମାରିଥିଲେ । କାଠ ଏବଂ ବୋତଲରେ ବିକାଶଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଏହି ଯୁବତୀ ଏବଂ ତାଙ୍କ ସାଙ୍ଗ । ତେବେ ବେହୋସ ଅବସ୍ଥାରେ ବିକାଶଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି କୋମାକୁ ଯିବା ପରେ ସେ ପ୍ରାଣ ହରାଇଛନ୍ତି । ତେବେ ପୋଲିସ ଏ ମାମଲାରେ ଅଭିଯୁକ୍ତ ପ୍ରେମିକା ଏବଂ ତାଙ୍କ ବନ୍ଧୁମାନଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.