fbpx

ଭାଲୁ ହେଇ ମଧ୍ୟ ମାଙ୍କଡ ମାନଙ୍କ ରାଜା ଥିଲେ ଜାମ୍ବବାନ ; ଜାଣନ୍ତୁ କାହିଁକି ତାଙ୍କୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଏ …

ହିନ୍ଦୁ ପୁରାଣ ଶାସ୍ତ୍ରରେ ଅନେକ କଥା ଅନେକ ରହସ୍ୟ ଲୁଚି ରହିଛି । ଆପଣ ଛୋଟ ବେଳେ ନିହାତି ଭାବରେ ମହାଭାରତ ଆଉ ରାମାୟଣ ଦେଖି ଥିବେ । ତେବେ ଆପଣଙ୍କୁ ଜଣା କି ଏହି ସବୁ କିମ୍ବଦନ୍ତୀ ଅବା ପୌରାଣିକ କାହାଣୀରେ ସ୍ଥାନ ପାଇଇଥିବା ପ୍ରତେକ ଚରିତ୍ର ର କିଛି ବିଶେଷ ଭୂମିକା ରହିଛି । ସେମାନଙ୍କ ଜନ୍ମ ପଛରେ କାହାଣୀ ଏବଂ ମହତ୍ୱ ଦୁଇଟି ଅଛି । ତେବେ ରାମାୟଣରେ ଆପଣ ଜାମ୍ବଭାଣ ବିଷୟରେ ଶୁଣିଥିବେ ସେ ଯୁଦ୍ଧରେ ଅତ୍ୟନ୍ତ ଅଭିଜ୍ଞ ଏବଂ ଦକ୍ଷ ଥିବାର ମଧ୍ୟ ଶୁଣ।ଯାଏ । ଅନେକ ଶାସ୍ତ୍ର ପୁରାଣରେ ତାଙ୍କୁ ଭାଲୁଏବଂ ମାଙ୍କଡଙ୍କ ରାଜା ବୋଲି ଦର୍ଶାଯାଇଛି । ତେବେ ଆସନ୍ତୁ ଜାଣିବା ଜାମ୍ବବାନ ପ୍ରକୃତ୍ରରେ କିଏ?
ଜାମ୍ବବାନ ଭାଲୁମାନଙ୍କର ରାଜା ଥିଲେ । ଅନେକ ପ୍ରାଚୀନ ଶାସ୍ତ୍ରରେ ତାଙ୍କୁ ମାଙ୍କଡ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ସୂଚନାମୁତାବକ, ରାମାୟଣ ଯୁଦ୍ଧରେ ପ୍ରଭୁ ଶ୍ରୀ ରାମଙ୍କୁ ସାହାର୍ଯ୍ୟ କରିବା ପାଇଁ ଭଗବାନ ବ୍ରହ୍ମା ଜାମ୍ବବାନଙ୍କୁ ସୃଷ୍ଟି କରିଥିଲେ । ସମୁଦ୍ରର ରେ ସେତୁ ତୋଳିବା ସମୟରେ ଜାମ୍ବବାନ ଉପସ୍ଥିତ ଥିଲେ । ମଧ୍ୟପ୍ରଦେଶର ରତ୍ଳାମ ଜିଲ୍ଲାର ଜାମଥୁନ୍ ଗ୍ରାମରେ ପ୍ରାଚୀନ ବାସସ୍ଥାନର ଚିହ୍ନ ରହିଛି । ସେହି ସ୍ଥାନ ଜାମ୍ବାଭନ୍ତ ବା ଜାମଭନ୍ତ ନଗରୀ ଭାବରେ ବେଶ୍ ପରିଚିତ । ତେବେ ଜାମ୍ବବାନଙ୍କୁ ଜାମ୍ବାବନ୍ତ, ଜାମ୍ବାବତ୍, ଜାମ୍ବଭାଣ ଏବଂ ଜାମ୍ବୁଭାନ ନାମରେ ମଧ୍ୟ ଜଣ।।ଏ ଯାଏ ଜାମ୍ବବାନ ଅମର ବୋଲି ବିଶ୍ୱାସ କର।ଯାଏ ଏବଂ ତାଙ୍କୁ ବ୍ରହ୍ମାଙ୍କର ପୁତ୍ର ବୋଲି ମଧ୍ୟ କୁହ।ଯାଏ । ସେ ହିମାଳୟର ରାଜା ଥିଲେ ଯେ କି ଶ୍ରୀ ରାମଙ୍କର ସାହାର୍ଯ୍ୟ କରିବା ପାଇଁ ଭାଲୁର ରୂପ ନେଇଥିଲେ । ସେ ପ୍ରଭୁ ରାମଙ୍କଠାରୁ ଏକ ବର ପ୍ରାପ୍ତ କରିଥିଲେ । ଯାହାଦ୍ୱାରା ଦୀର୍ଘ ଜୀବନ ସହ ଦଶଲକ୍ଷ ସିଂହର ଶକ୍ତି ଜାମ୍ବଙ୍କ ଭିତରେ ରହିଥିଲା ।

ରାମାୟଣରେ ଜାମ୍ବଭାନ୍ ଅତ୍ୟନ୍ତ ବୃଦ୍ଧିବାନ ଏବଂ ଅଭିଜ୍ଞ ଥିଲେ । ଏକ ରାଜ୍ୟ ପରିଚାଳନା କରିବାରେ ସେ ଦକ୍ଷ ଥିଲେ । ଏକଦା ସେ ସୁଗ୍ରୀବଙ୍କ ପରାର୍ମଶଦାତା ଥିଲେ । ଜାମ୍ବଭାନ୍ ହିଁ ସୁଗ୍ରୀବଙ୍କୁ ପରାର୍ମଶ ଦେଇଥିଲେ ଯେ ସେନା ପଠାଇ ରାମ ଏବଂ ଲକ୍ଷଣ କିଏ ଜାଣିବା ପାଇଁ ଏବଂ ତାଙ୍କର କଣ ଲକ୍ଷ ରହିଛି ? ଏହା ପରେ ଜାମ୍ବବାନ ହିଁ ପ୍ରଭୁ ଶ୍ରୀ ରାମଙ୍କୁ ତାଙ୍କ ପତ୍ନୀ ତଥା ମାତା ସୀତାଙ୍କୁ ଖୋଜିବାରେ ସହାୟତା କରିଥିଲେ । ଏହା ସହ ଅପହରଣକାରୀଙ୍କ ସହ ଲଢେଇ ମଧ୍ୟ କରିଥିଲେ । ତେବେ ହନୁମାନଙ୍କୁ ତାଙ୍କର ସାମର୍ଥକୁ ହୃଦୟଙ୍ଗମ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାମ୍ବବାନ । ଏହା ସହ ସେ ମାତା ସୀତାଙ୍କୁ ଖୋଜିବା ପାଇଁ ସମୁଦ୍ର ପାର ହୋଇ ହନୁମାନଙ୍କୁ ମଧ୍ୟ ଉଡିବାକୁ ଉତ୍ସାହିତ କରିଥିଲେ ।

ସମୁଦ୍ର ମନ୍ଥନ ସମୟରେ ମଧ୍ୟ ଜାମ୍ବବାନ ସେଠାରେ ଉପସ୍ଥିତ ଥିଲେ । ସେ ହିଁ ହନୁମାନଙ୍କୁ ବିଷଲ୍ୟକର୍ଣ୍ଣି ବିଷୟରେ ସୂଚନା ଦେଇଥିଲେ । ଇନ୍ଦ୍ରଜିତ୍ ଙ୍କ ଦ୍ୱାରା ଭେଦ କରାଯାଇଥିବା ଅସ୍ତ୍ରରେ ଲକ୍ଷ୍ମଣ ଚେତାଶୂନ୍ୟ ହୋଇଥିଲେ । ବିଶଲ୍ୟକର୍ଣ୍ଣିର ବ୍ୟବହାର ଦ୍ୱାରା ଲକ୍ଷଣ ଆରେଗ୍ୟେ ହୋଇଥିଲେ । ସୂଚନାଅନୁୟାୟୀ ରାବଣ ସହିତ ଯୁଦ୍ଧ ସମୟରେ ଜାମ୍ବବାନ ରାବଣଙ୍କୁ ଚେତାଶୂନ୍ୟ କରି ରଥରୁ ତଳକୁ ପକାଇବାରେ ମଧ୍ୟ ସକ୍ଷମ ହୋଇଥିଲେ । ଏହା ସହ ମହାଭାରତ ଯୁଦ୍ଧରେ ମଧ୍ୟ ଜାମ୍ବଭାନ୍ ଏକ ସିଂହକୁ ହତ୍ୟା କରିବାରେ ସକ୍ଷମ ହୋଇଥିଲେ । ସିଂହକୁ ହତ୍ୟା କରିବା ପରେ ସିଆମନ୍ତକା ନାମକ ଏକ ରତ୍ନ ପାଇଥିଲେ ଜାମ୍ବବାନ ।ତେବେ ମହାଭାରତ ଯୁଦ୍ଧର ୧୮ ଦିନ ପରେ କୃଷ୍ଣ କିଏ ବୋଲି ହୃଦୟଙ୍ଗମ କରିଥିଲେ ଜାମ୍ବ । ଏହା ପରେ ଜାମ୍ବଭାନ୍ ସେ ରତ୍ନ ଭଗବାନ କୃଷ୍ଣଙ୍କୁ ଫେରାଇ ଦେଇଥିଲେ ଏବଂ ତାଙ୍କ କନ୍ୟା ଜାମ୍ବବାନଙ୍କୁ ମଧ୍ୟ ବିବାହ କରିବ। ପାଇଁ କୃଷ୍ଣଙ୍କୁ ପ୍ରସ୍ତାବ ଦେଇଥିଲେ । ଏହା ପରେ କୃଷ୍ଣ ଏବଂ ଜାମ୍ବବତୀଙ୍କର ବିବାହ ହୋଇଥିଲା । ତେବେ ଜାମ୍ବବତୀ କୃଷ୍ଣଙ୍କ ପତ୍ନୀଙ୍କ ମଧ୍ୟରୁ ଜଣେ ଅଟନ୍ତି ।

Get real time updates directly on you device, subscribe now.