fbpx

ରାକ୍ଷୀର ଥାଳୀରେ ରଖନ୍ତୁ ଏହି ୫ଟି ଜିନିଷ : ଭାଇ ସହିତ ସମ୍ପର୍କ ରହିବ ଉତ୍ତମ

Advertisement

ଭୁବନେଶ୍ୱର : ଭାଇ-ଭଉଣୀର ସମ୍ପର୍କକୁ ଅତୁଟ ପ୍ରେମର ପ୍ରତୀକ ବୋଲି ମନେ କରାଯାଏ । ଏହି ଦିନରେ ଭଉଣୀ ତାହାର ଭାଇର ।ତରେ ରାକ୍ଷୀ ଅର୍ଥାତ ରକ୍ଷାର ସୂତା ବାନ୍ଧନ୍ତି । ଏହି ଦିନରେ ଭଉଣୀ ମାନେ ଭାଇର ଅଧିକ ଅୟୁର କାମନା କରିଥାନ୍ତି । ଏହା ସହିତ ଭାଇ ମାନେ ମଧ୍ୟ ଭଉଣୀର ରକ୍ଷା କରିବା ପାଇଁ କଥା ଦେଇଥାନ୍ତି । ଏହି ବର୍ଷ ରାକ୍ଷୀର ପର୍ବ ଲୋକେ ଦୁଇ ଦିନ ଅର୍ଥାତ ଅଗଷ୍ଟ ୩୦ ଓ ୩୧ ରେ ପାଳନ କରାଯିବ । ଶାସ୍ତ୍ର ଅନୁସାରେ, ରାକ୍ଷୀ ସହିତ ରାକ୍ଷୀର ଥାଳୀରେ ଭଉଣୀ ମାନଙ୍କୁ କିଛି ଜରୁରୀ ଜିନିଷ ମଧ୍ୟ ରଖିବା ଉଚିତ । କୁହାଯାଏ, ଏପରି କରିବା ଦ୍ୱାରା ଭାଇ-ଭଉଣୀର ଭଲ ପାଇବା ଏବଂ ଦୁହିଁଙ୍କର ସମ୍ପର୍କ ମଜବୁତ ରୁହେ ।
ଆସନ୍ତୁ ଜାଣିବା ରାକ୍ଷୀ ସହିତ ସେହି ଥାଳୀରେ ଆଉ କେଉଁ ଜିନିଷ ରଖିବା ଉଚିତ :

ରାକ୍ଷୀର ଥାଳୀ : ଭଉଣୀ ମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ପ୍ରଥମେ ରାକ୍ଷୀର ଥାଳୀକୁ ସଜାଇବା ଆବଶ୍ୟକ । ରାକ୍ଷୀ ପାଇଁ ଚାନ୍ଦିର ଥାଳୀକୁ ଶୁଭ ମନେ କରାଯାଏ । ଯଦି ଆପଣଙ୍କ ପାଖରେ ଚାନ୍ଦିର ଥାଳୀ ନାହିଁ ତେବେ ପୂଜା ପାଇଁ ସ୍ୱସ୍ତିକ ଚିହ୍ନ ଥିବା ଥାଳୀର ବ୍ୟବହାର କରି ପାରିବେ । ଏହା ବ୍ୟତୀତ ଯଦି ଷ୍ଟିଲର ଥାଳୀର ବ୍ୟବହାର କରୁଛନ୍ତ. ତେବେ ତାହା ଉପରେ ପ୍ରଥମେ ସୂତାର କପଡା ବା କଦଳୀର ପତ୍ର ରଖନ୍ତୁ ।

ଅକ୍ଷତ : ପୂଜାର ଥାଳୀ ଅକ୍ଷତ ବିନା ସମ୍ପୂର୍ଣ୍ଣ ମନେ କରାଯିବ ନାହିଁ । ଅଖଣ୍ଡିତ ବା ଖଣ୍ଡ ନ ହୋଇଥିବା ଚାଉଳକୁ ଅକ୍ଷତ କୁହାଯାଏ । ଏହାର ବ୍ୟବହାର ଶୁଭ କାର୍ଯ୍ୟରେ କରାଯାଏ । ଭାଇକୁ ସିନ୍ଦୁରର ଟୋପା ଲଗାଇବା ପରେ ଅକ୍ଷତ ଲଗାଯାଏ । ମନେକରାଯାଏ ଯେ, ଅକ୍ଷଥ ଲଗାଇବା ଦ୍ୱାରା ନାକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଜୀବନରେ ଖୁସି ଲାଗି ରହିଥାଏ ।

ରୋଲି : ପୂଜାର ଥାଳୀରେ ଚାଉଳ ସହିତ ରୋଲି ମଧ୍ୟ ଏକ ଛୋଟ ପାତ୍ରରେ ରଖିବା ଉଚିତ । ମନେକରାଯାଏ ଯେ, ଭାଇର ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ଅରୀରରେ କ୍ତି ବଢିଯାଏ । ଏହା ସହିତ ଆତ୍ମବିଶ୍ୱାସ ମଧ୍ୟ ରହିଥାଏ ।

ଦୀପ : ଦୀପକୁ ସାକାରାତ୍ମକ ଏବଂ ପ୍ରକାଶର ପ୍ରତୀକ ବୋଲି ମନେକରାଯାଏ । ରକ୍ଷାବନ୍ଧନରେ ଭାଇଙ୍କର ଆରତି କରିବା ପାଇଁ ବ୍ୟବହାର କରାଯାଏ । ଏଭଳି କରିବା ଦ୍ୱାରା ଭାଇ-ଭଉଣୀ ,ମଧ୍ୟରେ ପବିତ୍ର ପ୍ରେମ ସବୁ ବେଳେ ରହିଥାଏ ।

ମିଠା : ରାକ୍ଷିର ଥାଳୀ ସଜାଇବା ବେଳେ ଭଉଣୀ ମାନେ ତାଙ୍କ ଭାଇର ମନ ପସନ୍ଦର ମିଠା ରଖିବାକୁ ଆଦୌ ଭୁଲନ୍ତି ନାହିଁ । ଭାଇକୁ ପ୍ରଥମେ ସିନ୍ଦୁର ଲଗାଇ, ରାକ୍ଷୀ ବାନ୍ଧିବା ପରେ ମିଠା ଖୁଆଯାଏ । କୁହାଯାଏ ଏହି ଦିନରେ ଭାଇକୁ ମିଠା ଖୁଆଇବା ଦ୍ୱାରା ସମ୍ପର୍କ ସବୁ ବେଳେ ମଧୁର ହୋଇ ଗଢି ଉଠେ ।

Get real time updates directly on you device, subscribe now.