fbpx

ରାତିରେ ପାଣିରେ ଭିଜାଇ ରଖି ଖାଆନ୍ତୁ ଏହି ଜିନିଷ, ଦୂରରେ ରହିବ ଅନେକ ରୋଗ

ଆମ ଆଖ ପାଖରେ ଏଭଳି ବହୁତ ଜିନିଷ ରହିଛି ଯାହା ଆମ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । ଏହି ସବୁ ଜିନିଷ ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ । କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜାଇ ରଖିବା ଦ୍ୱାରା ଏହାର ଦୁଇଗୁଣ ଫାଇଦା ମିଳିଥାଏ । ଏହି ଜିନିଷକୁ ରାତିସାରା ପାଣିରେ ଭିଜାଇ ରଖିବା ଦ୍ୱାରା ଏଥିରେ ପୋଷକ ତତ୍ତ୍ୱ ବଢ଼ିଥାଏ ଏହା ସହଜରେ ହଜମ ମଧ୍ୟ ହେଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଥୀ- ମେଥୀରେ ପ୍ରଚୁର ପରିମାଣରେ ଫାଇବର ରହିଛି । ଏହା ଆମର ଇଣ୍ଟେଷ୍ଟାଇନକୁ ସଫା କରିବାରେ ସହାୟକ ହୋଇଥାଏ । କୋଷ୍ଟକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ପ୍ରତିଦିନ ମେଥୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ମେଥି କୌଣସି ବରଦାନରୁ କମ୍ ନୁହେଁ । ଏହା ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ଏହାର ଆହୁରି ମଧ୍ୟ ଉପାଦେୟତା ରହିଛି ।

ପପୀ ସିଡ୍ସ(ଖସଖସ) – ଏଥିରେ ମେଟାବଲିଜିମକୁ ବଢ଼ାଇବା ଏବଂ ଓଜନ କମ୍ କରିବାରେ ଏହା ବେଶ୍ ସହାୟକ ହୋଇଥାଏ । ପାଣିରେ ଭିଜା ଖସଖସ ସେବନ କରିବା ଦ୍ୱାରା ଶୀରରେ ଫ୍ୟାଟ୍ ଜମା ହୋଇନଥାଏ ।

ଅଳସୀ- ଅଳସୀରେ ଓମେଗା ୩ ଫ୍ୟାଟି ଏସିଡ୍ ଭରପୁର ମାତ୍ରାରେ ରହିଥାଏ । ଯେଉଁମାନେ ମାଛ ଖାଇନଥାନ୍ତି ସେମାନଙ୍କ ପାଇଁ ଅଳସୀ ବହୁତ ଉପାଦେୟ ହୋଇଥାଏ । ଅଧିକ କୋଲେଷ୍ଟ୍ରାଲ ଥବା ଲୋକଙ୍କ ପାଇଁ ଭିଜା ଅଳସୀ ସେବନ ଉପାଦେୟ ହୋଇଥାଏ । ଏହା ଶରୀରେ ଖରାପ ଏବଂ ଭଲ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିଥାଏ । ଏଥିରେ ଥବା ଡାଏଟ୍ରି ଫାଇବର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥଏ ।

ମୁଗ- ଭିଜା ଯାଇଥିବା ମୁଗ, ପ୍ରୋଟିନ, ଫାଇବର ଏବଂ ଭିଟାମିନରେ ଭରପୁର ରହିଥାଏ । ଏହା କୋଷ୍ଠବାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ସହ ପୋଟାସିୟମ, ମ୍ୟାଗ୍ନେସିୟମ ରେ ଭରପୁର ହୋଇଥିବା କାରଣରୁ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ମୁଗରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ଥାଏ ଯାହା ଡାଇବେଟିସ କ୍ୟାନ୍ସର ଭଳି ରୋଗର ହେଉଥିବା ବିପଦକୁ କମାଇବାରେ ସାହଯ୍ୟ କରିଥାଏ ।

Get real time updates directly on you device, subscribe now.