fbpx

Just Example…ବାଇକ ଚଳାଇବେ ତ ହୁସିୟାର ଚଳାନ୍ତୁ, ନହେଲେ ଏମିତି ହେବ !!

ଆଗରୁ ଲୋକେ ନିଜ ଆବଶ୍ୟକ ମେଣ୍ଟାଇବା ପାଇଁ ବିଭିନ୍ନ ଯାନବାହନ ବ୍ୟବହାର କରୁଥିଲେ । କିନ୍ତୁ ଏବେ ଲୋକମାନେ ଏହାକୁ ଫେସନ କରି ଦେଇଛନ୍ତି । ଉଦାହରଣ ଯେମିତି ବାଇକ୍ ଚଳାଇବା । ଆଗରୁ କେଉଁ ଦୂରକୁ ଯିବାକୁ ହେଲେ କିମ୍ବା ଅତ୍ୟାବଶ୍ୟକ ହେଲେ ବାଇକ କିଣାଯାଉଥିଲା । କିନ୍ତୁ ଏବେ ବାଇକ୍ ଚଳାଇବା ଗୋଟିଏ ଫେସନ ପାଲଟିଗଲାଣି । ଆବଶ୍ୟକତାଠାରୁ ଅଧିକ ସଉକ ପାଇଁ କିଣାଯାଉଛି ଦାମୀ ଦାମୀ ଷ୍ଟାଇଲିସ ବାଇକ୍ । ଆଉ ତାଠାରୁ ବଡ ନିଶା ହୋଇଯାଇଛି ସ୍ପିଡରେ ଗାଡି ଚଳାଇବା ।

ଯୁବପିଢୀ ରନିଙ୍ଗ ବାଇକ୍ ଆଣି ରାସ୍ତାରେ ହାଇସ୍ପିଡ ଯିବା ଏବେ ଏକ ଟ୍ରେଣ୍ଡରେ ପହଞ୍ଚିଗଲାଣି । ଯେଉଁଥିପାଇଁ ଅନେକ ସମୟରେ ରାସ୍ତାରେ ଗାଡି ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସେହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ପିଡରେ ଗାଡି ଚଳାଇବା କେତେ ଯେ ଭୟଙ୍କର ହୋଇପାରେ, ତାହାର ଏକ ନମୁନା ଭାବେ ଏହି ଭିଡିଓକୁ ନିଆଯାଇପାରିବ । ଗାଡି ସ୍ପିଡ ଚଳାଇ ଏହୁ ଯୁବକଙ୍କ ଅବସ୍ଥା ସଂଘାତିକ ହୋଇଯାଇଛି ।

ଗାଡିକୁ ଏକ ଭିଡ ରାସ୍ତାରେ ଫୁଲ ସ୍ପିଡରେ ଚଳାଉଛନ୍ତି ଏହି ଯୁବକ ଜଣକ । ତେବେ ଏମିତି ଆଗରେ କିଛି ଗାଡି ବା ଯାନବାହନକୁ ସେ ସହଜରେ ଅତିକ୍ରମ କରି ଚାଲିଛନ୍ତି । କିନ୍ତୁ କିଛି ସମୟ ପରେ ହଠାତ ଘଟିଯାଇଛି ଏକ ବିରାଟ ଅଘଟଣ । ବୋଧହୁଏ ବାଇକରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚାଳକ ଗାଡିରୁ ନିଜ ନିୟନ୍ତ୍ରଣ ହରାଇଛନ୍ତି । ଚାହୁଁ ଚାହୁଁ ବାଇକରୁ ତଳକୁ ଖସି ପଡିଛନ୍ତି ଚାଳକ । ୟା ପରେ ଚିନ୍ତା କରନ୍ତୁ ତାଙ୍କ ଅବସ୍ଥା କ’ଣ ହୋଇଥିବ!! ବାଇକ ସହ ସେ ମଧ୍ୟ ୧୦୦ମିଟର ପାଖାପାଖି ଦୂରତା ଖସି ଖସି ଚାଲିଯାଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଲାଗୁଛି ଯେ, ନିଶ୍ଚୟ ଅନେକ ଦିନ ତାଙ୍କୁ ମେଡିକାଲ ବେଡରେ ରହିବାକୁ ପଡିଥିବ ।

ତେବେ ଏହି ଭିଡିଓକୁ ଦିଲ୍ଲୀ ପୋଲିସ ସଚେତନତାର ଉଦାହରଣ ଭାବେ ସେୟାର କରିଛି । ଏହା ସହିତ ଟ୍ରାଫିକ ନିୟମ ମାନି ହୁସିୟାର ହୋଇ ଗାଡି ଚଳାଇବାକୁ ପରାମର୍ଶ ଦେଇଛି । ନଚେତ୍, ଫଳାଫଳ ଆପଣଙ୍କ ସାମନାରେ ରହିଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଖୁବ କମ ସମୟ ମଧ୍ୟରେ ଟ୍ରେଣ୍ଡିଂକୁ ଚାଲିଯାଇଥିଲା । ଅନେକ ଲୋକ ଏହାକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.