fbpx
BJD SKY
BJD SKY

ନୀତି ଆୟୋଗ ବୈଠକ; ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ୭ମ ନୀତି ଆୟୋଗ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଣୟନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଆବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା ତେଣୁ ମୁକାବିଲା ପାଇଁ ଭିତ୍ତିଭୂମୀ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଟେଲିକମ୍ ବ୍ୟାଙ୍କିଂ  ଓ ରେଲୱେ କ୍ଷେତ୍ରରେ ଆମେ ଅବହେଳିତ ତେଣୁ ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କେନ୍ଦ୍ରକୁ ଅନୁରୋଧ । ଏହା ସହ ପିଏମ ଫସଲ ବୀମା ଯୋଜନାରେ ପ୍ରକୃତ ଚାଷୀ ଅବହେଳିତ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି, ଆଦିବାସୀ ଓ କେବିକେ ଜିଲ୍ଲା ପିଏମଏୱାଇରୁ ବଞ୍ଚିତ ହେଉଥିବା ନେଇ କହିଛନ୍ତି ନବୀନ ।

Get real time updates directly on you device, subscribe now.