fbpx
BJD SKY
BJD SKY

ପୋଷ୍ଟ ଅଫିସର ଏହି ସ୍କିମରେ କରନ୍ତୁ ନିବେଶ, ପ୍ରତିମାସରେ ମିଳିବ ଟଙ୍କା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ୁଥିବା ଦରଦାମ୍ ମଧ୍ୟରେ ଯଦି ଆପଣ କିଛି ଏଭଳି ନିବେଶ କରିବାକୁ ଚାହୁଛନ୍ତି ଯେଉଁଠାରେ ଆପଣଙ୍କୁ କରିଥିବା ନିବେଶ ଉପରେ ଅଧିକ ସୁଧ ମିଳିବ ତେବେ ପୋଷ୍ଟ ଅଫିସର ନାସନାଲ ସେଭିଙ୍ଗ୍ସ ମାସିକ ଇନକମ୍ ଆକାଉଣ୍ଟ ଆପଣଙ୍କ ପାଇଁ ଠିକ୍ ହେବ । ଏଥିରେ ୬.୬ % ହାରରେ ସୁଧ ମିଳିଥାଏ ।

ଏହି ସ୍କିମ ଅନୂଯାୟୀ ସର୍ବନିମ୍ନ ୧୦୦୦ ଟଙ୍କାରୁ ଆକାଉଣ୍ଟ ଖୋଲିପାରିବେ । ସେହିଭଳି ସର୍ବାଧିକ ରାଶି କହିଲେ ସିଙ୍ଗିଲ ଆକାଉଣ୍ଟ ତେବେ ଆପଣ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଯଦି ଆପଣଙ୍କର ଜଏଣ୍ଟ ଆକାଉଣ୍ଟ ରହିଛି ତେବେ ଆପଣ ୯ ଲକ୍ଷ ପର୍ଯ୍ୟନ୍ତ ଜମା କରିପାରିବେ । ବାର୍ଷିକ ମିଳୁଥିବା ସୁଧକୁ ୧୨ ମାସରେ ବାଣ୍ଟିଦିଆଯାଏ ଏବଂ ଏହି ସୁଧ ଆପଣଙ୍କୁ ପ୍ରତିମାସରେ ମିଳିଥାଏ । ଯଦି ଆପଣ ମାସିକ ଟଙ୍କା ନ ଉଠାଉଛନ୍ତି ତେବେ ଏହା ଉପରେ ମଧ୍ୟ ସୁଧ ଆଗକୁ ମିଳିବ ।

ଧରିନଅନ୍ତୁ ଯଦି ଆପଣ ଏହି ଯୋଜନା ଅନୂଯାୟୀ ୪.୫ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୬.୬% ବାର୍ଷିକ ସୁଧ ଦର ହିସାବରେ ବାର୍ଷିକ ୨୯,୭୦୦ ଟଙ୍କା ସୁଧ ମିଳିବ । ସେହି ଭଳି ଯଦି ଆପଣ ଏଥିରେ ଜଏଣ୍ଟ ଆକାଉଣ୍ଟ ଅନୂଯାୟୀ ୯ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୫୯,୪୦୦ ଟଙ୍କା ବାର୍ଷିକ ସୁଧ ମିଳିବ । ଏହାକୁ ୧୨ ମାସରେ ସମାନ ଭାବରେ ବାଣ୍ଟିଲେ ପ୍ରତିମାସରେ ୪୯୫୦ ଟଙ୍କା ରିଟର୍ଣ୍ଣ ମିଳିବ । ଯଦି ରିଟର୍ଣ୍ଣ ଉଠାଉନାହାଁନ୍ତି ତେବେ ତାହା ଉପରେ ମଧ୍ୟ ସୁଧ ମିଳିବ ।

ତେବେ ଏହି ସ୍ମିମରେ ୫ ବର୍ଷ ଯାଏଁ ମ୍ୟାଚୁରିଟି ଅବଧି ରହିଥାଏ । ୫ ବର୍ଷ ପରେ ନିଜ ଟଙ୍କାକୁ ପୁଣି ଥରେ ନିବେଶ କରିପାରିବେ । ଅର୍ଥାତ୍  ସ୍କିମ୍ ପୂରା ହେବା ପରେ ଆପଣଙ୍କ ସଂପୂର୍ଣ୍ଣ ଜମା ରାଶି ମିଳିଯାଏ ଯାହାକୁ ଆପଣ ପୁଣି ଥରେ ଏହି ଯୋଜନାରେ ନିବେଶ କରି ମାସିକ ଆୟ ସାଧନ କରିପାରିବେ । ମ୍ୟାଚୁରିଟି ପୂର୍ବରୁ ଟଙ୍କା କାଢ଼ିବାର ଆବଶ୍ୟକତା ଥିଲେ ତେବେ ଏହି ସୁବିଧା ଆକାଉଣ୍ଟର ୧ ବର୍ଷ ପୂରା ହେବା ପରେ ମଳିଥାଏ । ୧-୩ ବର୍ଷ ହୋଇଥିଲେ ଜମାରାଶିର ୨% କାଟି ବାକି ଟଙ୍କା ଆପଣଙ୍କୁ ମିଳିଥାଏ । ୩ ବର୍ଷରୁ ଅଧିକ ପୁରୁଣା ଆକାଉଣ୍ଟ ହେଲେ, ୧% କାଟିକରି ବାକି ଅର୍ଥ ଫେରସ୍ତ ମିଳଥାଏ ।

Get real time updates directly on you device, subscribe now.