fbpx

ଶେଷରେ ST କମିଶନରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର(ଓଡ଼ିଶା ଭାସ୍କର): ଶେଷରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ସେ ହାଜର ହୋଇଛନ୍ତି । ବାରମ୍ବାର ସମନ ପରେ ଶେଷରେ ହାଜର ହୋଇଛନ୍ତି ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନହେବାରୁ ୱାରେଣ୍ଟ ଜାରି ହୋଇଥିଲା । ଜିଲ୍ଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।

ତେବେ କେନ୍ଦୁଝର ଆଦିବାସୀ ବହୁଳ ଜିଲ୍ଲା ଭାବରେ ଜଣାଶୁଣା । ଜିଲ୍ଲାରେ ରହୁଥିବା ଜନଜାତି ସମ୍ପ୍ରଦାୟ ଲୋକମାନେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଜିଲ୍ଲାପାଳ ସେମାନଙ୍କ ସମସ୍ୟା ନ ଶୁଣିବାରୁ ସେମାନେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ଆବେଦନର ବିଭିନ୍ନ ସମସ୍ୟା ଉପରେ ଶୁଣାଣି କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.