fbpx

କେନ୍ଦୁଝର: ଆନନ୍ଦପୁର ଭାଲୁକୁମା ନିକଟରେ ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଲ ପିକ୍‌ନିକ୍‌ ବସ୍‌, ୧୦ ଆହତ

Advertisement

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ର କିଛି ଛାତ୍ରଛାତ୍ରୀ ସମ୍ବଲପୁର ପିକନିକ କରିବାକୁ ଯାଇ ଫେରୁଥିବା ବେଳେ ସକାଳୁ ସକାଳୁ ଭାଲୁକୁମା ନିକଟରେ ରାସ୍ତାରେ ଠିଆ ହୋଇଥିବା ବେଳେ ଟୁରିଷ୍ଟି ଗାଡିଟି ଧକ୍କା ଦେଇଥିଲା । ଯାହା ଫଳରେ ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଟୁରିଷ୍ଟ ବସରେ ପିକନିକ୍ ଯାଉଥିଲେ ଛାତ୍ରଛାତ୍ରୀ । ବସ ଭିତରେ ଥିଲେ ୬୦ରୁ ଅଧିକ ଛାତ୍ରଛାତ୍ରୀ । ହସମଜା ମସ୍ତି କରି ପିକନିକରୁ ଘରକୁ ଫେରୁଥିଲେ । କିନ୍ତୁ କିଏ ବା ଜାଣିଥିଲା ଘର ପହଂଚିବା ବଦଳରେ ଡାକ୍ତରଖାନାରେ ପହଂଚି ଯିବେ ବୋଲି ।

୬୦ ଛାତ୍ରଛାତ୍ରୀ ସମ୍ବଲପୁର ଯାଉଥିଲେ ପିକନିକ। ସମ୍ବଲପୁର ମା’ ସମୋଲେଇଶ୍ୱରଙ୍କୁ ଦର୍ଶନ କରି ସକାଳୁ ସକାଳୁ ଘରକୁ ଫେରୁଥିଲେ । ଘରେ ପହଂବା ପୂର୍ବରୁ ଅଧାବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା । ଟୁରିଷ୍ଟ ବସ୍‌କୁ ପିଟିଲା ହାଇୱା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଟିକେ ଦେଖନ୍ତୁ ଏ ଦୃଶ୍ୟକୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁ ଦୁର୍ଘଟଣା ଯୋଗୁ ବସର ସମ୍ମୁଖ ପାଶ୍ୱର୍ଟି ସମ୍ପର୍ଣ୍ଣ ଭାବେ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବା ବେଳେ୧୦ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣାରେ ଟୁରିଷ୍ଟ ବସରେ ଥିବା ୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଅନେକ ଲୋକେ ସାମନ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.