fbpx

ଡିପ୍ରେସନ୍ ଓ ସୁଇସାଇଡାଲ୍ ଥଟ୍ସକୁ ଦୂରେଇଦିଏ କେଟାମାଇନ୍ ଥେରାପୀ: ଅଧ୍ୟୟନ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକାଲିକା ଜୀବନଶୈଳୀରେ ପାଖାପାଖି ସମସ୍ତ ଲୋକ ଚିନ୍ତାରେ ବୁଡ଼ି ରହୁଛନ୍ତି । ଯାହା ଆଗକୁ ଡିପ୍ରେସନ୍ ର କାରଣ ପାଲଟିଯାଏ । ଯାହାଫଳରେ ଅନେକ ରୋଗ ଶରୀରକୁ ପ୍ରବେଶ କରେ । ତେଣୁ ସମୟ ଥାଉ ଥାଉ ଅବସାଦକୁ ଦୂରେଇ ଦେବା ନିହାତି ଆବଶ୍ୟକ । ନିକଟରେ ବ୍ରିଟେନ୍ ରେ ହୋଇଥିବା ଏକ ତାଜା ଅଧ୍ୟୟନରୁ ଜଣାପଡ଼ିଛି ଯେ, କେନ୍ମାଇନ୍ ଥେରାପୀ ଦ୍ୱାରା ଅବସାନ ଜନିତ ଲକ୍ଷଣକୁ ଦୂରେଇ ହୋଇପାରିବ । ଖାଲି ସେତିକି ନୁହେଁ ଯଦି ଆପଣ ମନରେ କୌଣସି ଚିନ୍ତା କାରଣରୁ ଆତ୍ମହତ୍ୟା କରିବା କଥା ଚିନ୍ତା କରୁଥାନ୍ତି ତେବେ ତାକୁ ମଧ୍ୟ କମ୍ ହୋଇଯାଏ ।

ୟୁନିଭର୍ସିଟି ଅଫ୍ ଏକ୍ସେଟର୍ ର ବିଶେଷଜ୍ଞ ମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ପୂର୍ବରୁ ପ୍ରକାଶିତ ହୋଇଥିବା ୮୩ ରିସର୍ଚ୍ଚ ପେପର୍ କୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଗମ୍ଭୀର ଅବସାଦରେ ମଧ୍ୟ କେଟାମାଇନ୍ ଥେରାପୀ ସଫଳ ସାବ୍ୟସ୍ତ ହୋଇଛି । ଅନେକ କ୍ଷେତ୍ରରେ କେଟାମାଇନ୍ ଥେରାପୀ ଅବସାଦ ଦୂର କରିବାରେ ସଫଳ ହୋଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରଥମ ଥରର ଚିକିତ୍ସା ପରେ ଅବସାଦ ଓ ଆତ୍ମହତ୍ୟା ବିଚାରକୁ ଚାରି ଘଣ୍ଟାରେ କମାଇ ଦେଇଥାଏ । ଏହାର ପ୍ରଭାବ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହେ । ପ୍ରଥମ ଥର ପରେ ଦ୍ୱିତୀୟ ଥର ଥେରାପୀ କରିବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ଡିପ୍ରେସନ୍ ଠାରୁ ଦୁରେଇ ହୋଇ ରହିପାରିବେ । ତେବେ ଏନେଇ ଆଗକୁ ଅଧ୍ୟୟନ ଜାରି ରହିଛି ।

Get real time updates directly on you device, subscribe now.