ଖୁସି ଖବର:୩୩% ବୃଦ୍ଧି ପାଇଲା ଖଦି ଶ୍ରମିକଙ୍କ ବେତନ, ଏହାସହ ବୁଣାକାରଙ୍କ ବେତନ ୧୦% ବୃଦ୍ଧି

ନୂଆଦିଲ୍ଲୀ: ଖଦି ଶ୍ରମିକମାନଙ୍କ ପାଇଁ ଖୁସି ଖବର। ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗର ୬୯୪ ତମ ବୈଠକରେ ନିଆଗଲା ବଡ଼ ନିଷ୍ପତି। ଦେଶବର୍ତ୍ତମାନ ପ୍ରଗତିର ଧାରାରେ ଆଗକୁ ବଢି ଚାଲିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ଏବଂ ଖଦି ସୂତା ବୁଣାକାରଙ୍କ ଅବଦାନକୁ ଧ୍ୟାନରେ ରଖି ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ ଶ୍ରମିକଙ୍କ ବେତନ ପିଛା ୭.୫୦ ରୁ ପ୍ରତି ୧୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେମାନଙ୍କର ଆୟ ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ପରେ କାରିଗରମାନଙ୍କର ମାସିକ ଆୟ ପ୍ରାୟ ୩୩% ଏବଂ ବୁଣାକାରଙ୍କ ବେତନ ୧୦% ବୃଦ୍ଧି ପାଇବ। ସୂଚନାମୁତାବକ ଏହି ନିଷ୍ପତ୍ତି ଏପ୍ରିଲ ୧, ୨୦୨୩ ଠାରୁ କାର୍ଯ୍ୟକାରୀ ହେବ।

ଏହି ପଦକ୍ଷେପ କାରିଗରମାନଙ୍କର ମାସିକ ଆୟ ପ୍ରାୟ ୩୩ ପ୍ରତିଶତ ଏବଂ ବୁଣାକାରଙ୍କ ବେତନ ୧୦ ପ୍ରତିଶତ ବୃଦ୍ଧି ପାଇବ। ଗୁଜୁରାଟର କୁଚ୍ ଠାରେ ୩୦ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି ଯେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଖଦି ଏବଂ ଗ୍ରାମ ଶିଳ୍ପ ଉତ୍ପାଦନର ମୂଲ୍ୟ ୮୪,୨୯୦ କୋଟି ଏବଂ ବିକ୍ରୟ ୧,୧୫,୪୧୫ କୋଟି ଥିଲା।

ଚଳିତ ବର୍ଷ ଅକ୍ଟୋବର୨ ରେ, ଖଦି ଇଣ୍ଡିଆର Connaught Place ଆଉଟଲେଟ୍ ଗୋଟିଏ ଦିନରେ ୧.୩୪ କୋଟି ଟଙ୍କା ମୂଲ୍ୟର ଖଦି ଉତ୍ପାଦ ବିକ୍ରି କରିବାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ବ୍ୟତୀତ ଖଦି ଉତ୍ପାଦନ ଏବଂ ବିକ୍ରୟ କାର୍ଯ୍ୟରେ ନିୟୋଜିତ ଲକ୍ଷ ଲକ୍ଷ କାରିଗର ଏବଂ ଖଦି ଶ୍ରମିକମାନଙ୍କର ଅକ୍ଲାନ୍ତ ପରିଶ୍ରମ ମଧ୍ୟ ଏହି କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଚେୟାରମ୍ୟାନ୍ ମନୋଜ କୁମାର କହିଛନ୍ତି ଯେ ଶ୍ରମିକ ଏବଂ କାରିଗରଙ୍କ ଆୟ ବୃଦ୍ଧି ତଥା ଅଧିକରୁ ଅଧିକ ଦେଶବାସୀଙ୍କୁ ଖଦି ଆଡକୁ ଆକର୍ଷିତ କରିବ ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷ ମଧ୍ୟରେ ଖଦିଙ୍କୁ ଏକ ବିଶ୍ୱସ୍ତରୀୟ ସ୍ଥାନୀୟ ପୋଷାକରେ ପରିଣତ କରିବା ଦ୍ୱାରା ଖଦି ପ୍ରତି ଲୋକ ମାନଙ୍କ ଆକର୍ଷକତା ଏବଂ ପ୍ରେମକୁ ପୁନଃଜୀବିତ କରିପାରିଛି ।

ଫଳସ୍ୱରୂପ, ଖଦି ସମେତ ଭାରତର ଦେଶୀ ଦ୍ରବ୍ୟର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି, ଏହି ନିଷ୍ପତ୍ତି ଖଦି କ୍ଷେତ୍ରରେ ଖୁସିର ଲହରୀ ଆଣିଛି । ଖଦି ସେକ୍ଟର କ୍ରମାଗତ ଭାବରେ ଏକ ବଡ ଅଭିବୃଦ୍ଧି ହାସଲ କରୁଛି, ଯାହାକି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।