କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଖମ୍ବେଶ୍ବରୀ ବସ୍, ଆହତ ଯାତ୍ରୀ ଭଞ୍ଜନଗର ମେଡିକାଲରେ ଭର୍ତ୍ତି
ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍ ।
ଭୁବନେଶ୍ବର: କନ୍ଧମାଳ କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ୍ । ଖମ୍ବେଶ୍ବରୀ ନାମକ ଏକ ବସ୍ ଓଲିଟି ପଡିଥିବା ସୂଚନା ରହିଛି ।
କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ବେଳେ ଏଥିରେ ୧୫ରୁ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖମ୍ବେଶ୍ବରୀ ନାମକ ବସ୍ ରାୟପୁରରୁ ବ୍ରହ୍ମପୁର ଆସୁଥିଲା । ଶୁକ୍ରବାର ସକାଳୁ ବସ୍ ଡ୍ରାଇଭର କଳିଙ୍ଗା ଘାଟିରେ ଏକ ଗୋଲେଇରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡିଥିଲା । ହଠାତ୍ ଓଲଟି ପଡିବା କାରଣରୁ ବସରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ ।
ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।