fbpx

(video)ଖାନ ସାରଙ୍କ ଭିଡିଓ ହେଲା ଭାଇରାଲ, ସୁରେଶ-ଅବଦୁଲ୍ଲଙ୍କୁ ନେଇ କହିଲେ ଏପରି କିଛି..

ପାଟନା: ଯେଉଁମାନେ ମୁଖ୍ୟତଃ ୟୁପିଏସି ପାଇଁ ତାଙ୍କର ପ୍ରଚେଷ୍ଟା ଜାରି କରିଛନ୍ତି ସେମାନେ ଖାନ ସାରଙ୍କୁ ବହୁତ ଭଲଭାବରେ ଜାଣିଛନ୍ତି । କାରଣ ଲକ୍ଷାଧିକ ପିଲା ତାଙ୍କ ପାଠପଢ଼ା ଶୈଳୀକୁ ପସନ୍ଦ କରନ୍ତି । କିନ୍ତୁ ଏବେ ବିବାଦରେ ଫସି ଯାଇଛନ୍ତି ଖାନ ସାର । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ନେଇ ଏବେ କଂଗ୍ରେସ ବହୁତ ତତ୍ପରତା ଦେଖାଇଛି । କେବଳ ଏତିକି ନୁହେଁ ଖାନ ସାରଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ ଦାବି କରିଛି । ତେବେ ଭାଇରାଲ ହେଉଥିବା ଭିଡିଓ ରେ ଖାନ ସାର ବାରମ୍ବାର ସୁରେଶ ଆଉ ଅବଦୁଲ୍ଲଙ୍କ ନାମ ନେଉଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ବିବାଦ ଉପୁଜୁଛି ।

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ଏହାକୁ ନେଇ ଏକ ଭିଡିଓ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହାକୁ ଆଉ ଜଣେ କଂଗ୍ରେସ ନେତା ଅଶୋକ କୁମାର ପାଣ୍ଡେ ମଧ୍ୟ ସେୟାର କରିଛନ୍ତି ସେ ଲେଖିଛନ୍ତି ଏହା କଣ ହେଉଛି । କେଉଁ ଶିକ୍ଷା ଦିଆଯାଉଛି । ଶିକ୍ଷାଦାନ ବଦଳରେ ଏହା ଧନ୍ଦା କରାଯାଉଛି । ସମାଜରେ କଟ୍ଟୁତା ବିସ୍ତାର କରିବା ପାଇଁ ଏହାକୁ ମାଧ୍ୟମ ଭାବରେ ନିଆଯାଉଛି । ଯଥା ଶୀଘ୍ର ଏହି ବ୍ୟକ୍ତିଙ୍କୁ ଗିରଫ କରାଯିବା ଆବଶ୍ୟକ ।

 

ସୂଚନାମୁତାବକ ଭିଡିଓରେ ଖାନ ସାର ଦ୍ୱନ୍ଦ ସମାସ ର ଶିକ୍ଷା ଦେଉଥିଲେ । ସେ ଭିଡିଓରେ ବୁଝାଇଛନ୍ତି ଯେ କିଭଳି ଦ୍ୱନ୍ଦ ସମାଜ ଗୋଟିଏ ବାକ୍ୟର ଦୁଇଟି ଅର୍ଥ ପ୍ରଦାନ କରିଥାଏ । ଉଦାହରଣ ସେ କହିଛନ୍ତି ଯେଉଁଭଳି ସୁରେଶ ଜାହାଜ ଉଡାଇଲା ଏହାର ଅର୍ଥ ସୁରେଶ ବାୟୁରେ ଜାହାଜ ଉଡାଇଲା । ଯେଉଁଠାରେ ଅବଦୁଲ୍ଲ ଜାହାଡ ଉଡାଇଲେ, ଏହାର ଅର୍ଥ ସମ୍ପୁର୍ଣ୍ଣ ଅଲଗା । ତେବେ ଏହି ଭିଡିଓ ଭାଇରାଲ ହେବାପରେ ତାଙ୍କୁ କଂଗ୍ରେସ କଟାକ୍ଷ କରିବା ସହିତ ଗିରଫ କରିବା ପାଇଁ ଦାବି କରିଛି ।

Get real time updates directly on you device, subscribe now.