fbpx

ବାହାଘର ପୂର୍ବରୁ ଏପରି କମାନ୍ତୁ ଓଜନ: ପତଳା ସହ ହୋଇଯିବେ ସୁନ୍ଦର

ବିବାହ ଋତୁ ଆସିବା ମାତ୍ରେ ଆମେମାନେ ଅନେକ ବିବାହ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଉ । ଯଦି ବାହାଘର ନିଜର, ତେବେ ନିଜ ସୌନ୍ଦର୍ଯ୍ୟର ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ପୁଅ ହୁଅନ୍ତୁ ବା ଝିଅ, ପ୍ରତ୍ୟେକ ନିଜ ବାହାଘର ଦିନ ଫିଟ ଓ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି । କାରଣ ଏହା ଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢ଼ିଯାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ବାହାଘର ୧ କି ୨ ମାସ ଭିତରେ ଅଛି ଓ ଆପଣ ନିଜ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ କିଛି ଖାସ୍ ଉପାୟ ଆପଣାଇ ପାରିବେ । ଓଜନ କମାଇବାର ଉପାୟ…

ତେଲିଆ ଖାଦ୍ୟରୁ ଦୂରେଇ ରୁହନ୍ତୁ :-
ଭାରତରେ ଲୋକଙ୍କୁ ତେଲିଆ କିମ୍ବା ଭଜା ଖାଦ୍ୟ ଖାଇବା ବେଶ ପସନ୍ଦ । ଅବଶ୍ୟ ଏହା ବହୁତ ସ୍ୱାଦିଷ୍ଟ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ । ଯଦି ଆପଣ ତେଲ ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ବିବାହ ପୂର୍ବରୁ ଏହି ଜିନିଷଗୁଡିକରୁ ଦୂରେଇ ରୁହନ୍ତୁ ।

ତାଜା ଫଳ ଏବଂ ପନିପରିବା ଖାଅ :-
ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଶରୀର ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ପୁଷ୍ଟିକର ଖାଦ୍ୟ ପାଇଁ ଆବଶ୍ୟକ । ସେଥିପାଇଁ ସେଗୁଡିକ ପ୍ରତିଦିନ ଖାଇବା ଉଚିତ । ସେଓ, କମଳା, ଡାଳିମ୍ବ, ପାଳକ, କଦଳୀ, କୋବି ହେଉଛି କ୍ୟାଲୋରୀ ଫ୍ରୁଡ୍, ଯାହା ଓଜନକୁ ବଢ଼ାଇନଥାଏ ।

ସକାଳେ ଏହି ପାନୀୟ ପିଅନ୍ତୁ :-
ଓଜନ କମାଇବାର ଶୁଭାରମ୍ଭ ଆପଣଙ୍କୁ ସକାଳୁ କରିବାକୁ ପଡ଼ିବ । ଏଥିପାଇଁ ସକାଳେ ଗୋଟିଏ ଗ୍ଲାସ ପାଣି ଗରମ କରନ୍ତୁ , ପରେ ଏଥିରେ ଗୋଟିଏ ଚାମଚ ମହୁ ଓ ଅଧା କଟାଯାଇଥିବା ଲିମ୍ବୁ ମିଶାନ୍ତୁ । ଏପରି ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ପେଟ ଓ ଅଣ୍ଟାରୁ ଚର୍ବି କମିବାରେ ଲାଗିବ ।

ପ୍ରତିଦିନ ୫୦୦୦ ଷ୍ଟେପ୍ ଚାଲ :-
ଓଜନ ହ୍ରାସ କରିବାକୁ ଏକ ଭଲ ଡାଏଟ୍ ସହିତ ସଠିକ୍ ବ୍ୟାୟାମ କରିବା ଆବଶ୍ୟକ । ଏହି କ୍ଷେତ୍ରରେ ଆପଣଙ୍କୁ ଦିନରେ ଅତି କମରେ ୫୦୦୦ ଷ୍ଟେପ୍ ଚାଲିବାକୁ ପଡିବ । ଏହାକୁ ଟ୍ରାକ୍ କରିବା ପାଇଁ ବଜାରରେ ଅନେକ ପ୍ରକାରର ସ୍ମାର୍ଟ ଘଣ୍ଟା ଉପଲବ୍ଧ, କିମ୍ବା ମୋବାଇଲ୍ ଆପ୍ ଜରିଆରେ ଆପଣ ଏହାର ଗଣନା କରିପାରିବେ ।

Get real time updates directly on you device, subscribe now.