fbpx

ଖେଲୋ ଇଣ୍ଡିଆର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର, ୬ା୧(ଓଡ଼ିଶା ଭାସ୍କର): ପୂର୍ବତଟ ରେଳବାଇ ଅଡ଼ିଟୋରିୟମରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ାର ଲୋଗୋ ଉନ୍ମୋଚିତ ହୋଇଛି । ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ରୀଡ଼ାର ମାସ୍କଟ ଉନ୍ମୋଚନ କରିଛନ୍ତିି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ । ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମାସ୍କଟର ନାଁ ରହିଛି ଜୟ-ବିଜୟ । ସେହିପରି କ୍ରୀଡ଼ାର ଜର୍ସି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଲ୍ଲେଖଯୋଗ୍ୟ ଯେ ଆଜି ପୂର୍ବତଟ ରେଳବାଇ ଅଡ଼ିଟୋରିୟମରେ ଖେଲୋ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦୁଇ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିିଥିଲେ । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଖେଳାଯିବ । ଫେବୃଆରୀ ୨୨ରୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଖେଳାଯିବ । କିଟ ପରିସରରେ ୧୮ଟି ଇଭେଣ୍ଟରେ ଏହି ପ୍ରତିଯୋଗିତା ହେବ । ୮ହଜାରରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.