fbpx

ଖେଲୋ ଇଣ୍ଡିଆ, ଜୈନ୍ ବିଶ୍ୱବିଦ୍ୟାଳୟକୁ ସ୍ୱର୍ଣ୍ଣ

ଭୁବନେଶ୍ୱର, ୨୬ା୨(ଓଡ଼ିଶା ଭାସ୍କର): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ୟାଡ଼ମିଣ୍ଟନ ଦଳଗତ ମହିଳା ବର୍ଗରେ ବେଙ୍ଗଲୁରୁର ଜୈନ ବିଶ୍ୱବିଦ୍ୟାଳୟକୁ ସ୍ୱର୍ଣ୍ଣ ପଦକ ମିଳିଛି । ସେହିପରି କର୍ଣ୍ଣାଟକର ଏସଆରଏମ ବିଶ୍ୱବିଦ୍ୟାଳୟକୁ ରୌପ୍ୟ ପଦକ ମିଳିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୨ତାରିଖରୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଓଡ଼ିଶାରେ ଆରମ୍ଭ ହୋଇଥିଲା । କଟକ ଇନଡ଼ୋର ଷ୍ଟାଡ଼ିଅମରେ ଏହାର ଉଦଘାଟନୀ ସମାରୋହ ହୋଇଥିଲା । ଉଦଘାଟନୀ ସମାରୋହକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Get real time updates directly on you device, subscribe now.