fbpx

(Video) ସ୍ତମ୍ଭକୁ ଧରି ଫଟାଫଟ ଉପରକୁ ଚଢିଗଲା ଶିଶୁ, ଭିଡିଓ ଦେଖି ଲୋକେ କହିଲେ Spidermanର ପୁଅ

ନୂଆଦିଲ୍ଲୀ: ଅନେକ ଶିଶୁ ଏତେ ଚଳଚଞ୍ଚଳ ହୋଇଥାଆନ୍ତି ଯେ, ସେମାନେ ଗୋଟିଏ ମିନିଟ ପାଇଁ ବି ଚୁପ ହୋଇ ବସିପାରନ୍ତିନି। ଏପରି ଏକ ଶିଶୁର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ଶିଶୁଟି ଏକ ସ୍ତମ୍ଭକୁ ଧରି ଫଟାଫଟ ମାଙ୍କଡ ପରି ଚଢିଯାଉଛି। ଶିଶୁର ଏହି ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ସ୍ପାଇଡର ମ୍ୟାନ ସହ ତାଙ୍କୁ ତୁଳନା କରିଛନ୍ତି।

ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଜଣେ ଶିଶୁ ଚେୟାରରେ ଚଢି ସ୍ତମ୍ଭକୁ ଧରି ଫଟାଫଟ ଉପରକୁ ଚଢିଯାଉଛି। ସ୍ତମ୍ଭର ଉପରିଭାଗରେ ପହଞ୍ଚିବା ପରେ ପିଲାଟି ଖୁସି ହୋଇଯାଉଛି। ଶିଶୁଟି ସ୍ତମ୍ଭରେ ଏପରି ଚିପକିଛି ଯେପରି ସ୍ପାଇଡର ମ୍ୟାନ ଚିପକିଯାଏ।

ଶିଶୁର ଏହି କାର୍ଯ୍ୟକୁ ଦେଖି ଲୋକେ କମେଣ୍ଟ କରି ସେହି ସ୍ପାଇଡର ମ୍ୟାନର ଶିଶୁ କହିବାକୁ ଲାଗିଛନ୍ତି। କିଛି ଲୋକେ ଶିଙ୍କୁ ଦେଖି ତାର ତୁଳନା ସ୍ପାଇଡର ମ୍ୟାନର ପିଲାଦିନ ସହ କରିଛନ୍ତି। ଜଣେ ୟୁଜର କମେଣ୍ଟ କରି କହିଛନ୍ତି ଯେ, ସ୍ପାଇଡର ମ୍ୟାନର ଭବିଷ୍ୟତ ବିପଦରେ ଅଛି। ଅନ୍ୟଜଣେ ଲେଖିଛନ୍ତି ଯେ, ଏହି ସ୍ପାଇଡର ମ୍ୟାନର ମାଉସୀଙ୍କ ପୁଅ। ଏହିପରି ଭାବେ ଅନେକ କମେଣ୍ଟ କରିଛନ୍ତି।

 

View this post on Instagram

 

A post shared by Prasenjit Tripura (@triprasa__6163)

Get real time updates directly on you device, subscribe now.