fbpx

ଦକ୍ଷିଣ କୋରିଆ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି କିମ୍ ଜୋଙ୍ଗ୍

Advertisement

ସିଓଲ: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଏକ ଭିନ୍ନ ଦେଶ ଭାବରେ ଦକ୍ଷିଣ କୋରିଆର ସ୍ଥିତିରେ ପରିବର୍ତ୍ତନ ପାଇଁ ସୋମବାର ସାମ୍ବିଧାନିକ ସଂଶୋଧନ ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଆମେ ଯୁଦ୍ଧ ଚାହୁଁନୁ କିନ୍ତୁ ଯୁଦ୍ଧକୁ ଏଡ଼ାଇବା ପାଇଁ ମଧ୍ୟ କୌଣସି ଉଦେ୍ଦଶ୍ୟ ନାହିଁ । ନିକଟରେ ଉତ୍ତର କୋରିଆରେ ହୋଇଥିବା ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ପଡ଼ୋଶୀ ଦେଶ ଦକ୍ଷିଣ କୋରିଆ ସମେତ ଜାପାନ ଏବଂ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଏକ ରିପୋର୍ଟରୁ ପ୍ରକାଶ ଯେ ଉତ୍ତର କୋରିଆର ରବର ଷ୍ଟାମ୍ପ ସଂସଦ, ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲୀରେ ଏକ ଭାଷଣରେ କିମ୍ ଜୋଙ୍ଗ୍ କହିଥିଲେ ଯେ ବର୍ତ୍ତମାନ ଦକ୍ଷିଣ କୋରିଆ ସହ ଏକକୀକରଣ(unification) ସମ୍ଭବ ନୁହେଁ । ଏହା ତାଙ୍କ ଶେଷ ନିଷ୍ପତ୍ତି ।

ଦକ୍ଷିଣ କୋରିଆ ଶାସନ ବ୍ୟବସ୍ଥାର ପତନ ଏବଂ ଅବଶୋଷଣ ଦ୍ୱାରା ଏକକୀକରଣ ପାଇଁ ଦାବି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ନିକରେ ହୋଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ, ପୋଙ୍ଗୟାଙ୍ଗରେ ଚାଲିଆସୁଥିବା ନୀତିକୁ ଭାଙ୍ଗିବା ପାଇଁ ଏବଂ ଦକ୍ଷିଣ ସହ ସମ୍ପର୍କରେ ସୁଧାର ଆଣିବାର ଚାପ କାରଣୁ ଏଭଳି ସ୍ଥିତି ଉପୁଜିଛି

Get real time updates directly on you device, subscribe now.