fbpx

(Video) ଗିଳିଥିବା ୩ଟି ସାପଙ୍କୁ ବାନ୍ତି କଲା କିଙ୍ଗ କୋବ୍ରା, ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କେତେକ ଜୀବଯନ୍ତୁ ଗୃହପାଳିତ ହୋଇଥିବା ବେଳେ ଅନ୍ୟ କେତକ ଜୀବଯନ୍ତୁଙ୍କୁ ସାମ୍ନାରେ ଦେଖିବା ମାତ୍ରେ ଭୟ ଲାଗିଥାଏ। ବାଘ,ଭାଲୁ ଏବଂ ସିଂହ ବ୍ୟତୀତ ସାପ ମଧ୍ୟ ଏହି ବର୍ଗରେ ଅନ୍ତର୍ଭୁକ୍ତ। ସାପ ବଡ ହେଉ କି ଛୋଟ ସମସ୍ତଙ୍କୁ ଡର ଲାଗିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସାପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କୋବ୍ରାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବାପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୋବ୍ରା ତିନୋଟି ସାପକୁ ନିଜ ପାଟିରୁ ବାହାର କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସେତେବେଳେ ସୁଟିଂ ହୋଇଛି, ଯେତେବେଳେ ଏହି କୋବ୍ରା ତିନୋଟି ସାପକୁ ପାଟିରୁ ବାହାର କରୁଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋବ୍ରା ଧିରେଧିରେ ନିଜକୁ ପଛକୁ ନେଇ ନେଇ ସାପଗୁଡିଙ୍କୁ ନିଜ ଭିତରୁ ବାହାର କରୁଛି, ଯାହକୁ ସେ ଗିଳିଥିଲା। ଏହାରି ମଧ୍ୟରେ ସେଠାରେ କିଛି ଲୋକେ ଏହାକୁ ଦେଖିବାକୁ ଛିଡା ହୋଇଛନ୍ତି ଏବଂ ଭିଡିଓ ରେକର୍ଡିଂ କରୁଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ therealtarzann ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓକୁ ସେୟାର କରି କ୍ୟାପସନରେ ଲେଖାଯାଇଛି ଯେ, କିଙ୍ଗ କୋବ୍ରା ପୂର୍ବରୁ ଖାଇଥିବା ୩ଟି ସାପଙ୍କୁ ଖଣ୍ଡ ଖଣ୍ଡ କରିଦେଇଛି। ଏହି କବର ଲେଖିବାବେଳେ ଏହି ଭିଡିଓକୁ ୯୭ ହଜାରରୁ ଅଧିକ ଲୋକେ ଲାଇକ କରିଛନ୍ତି। ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି।

 

View this post on Instagram

 

A post shared by Mike Holston (@therealtarzann)

Get real time updates directly on you device, subscribe now.