fbpx

Asia Cup-2022 ଦଳକୁ ଫେରିଲେ କିଙ୍ଗ କୋହଲି: ଏସିଆ କପ ପାଇଁ ସ୍ଥାନ ପାଇଲେନି ୟର୍କର କିଙ୍ଗ ବୁମରାହ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ସ୍କ୍ୱାଡ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ବୋଲର ତଥା ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦଳରେ ସ୍ଥାନ ପାଇନାହାନ୍ତି । ବିସିସିଆଇର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଆଶନୁରୂପ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଥରେ କମବ୍ୟାକ କରିଛନ୍ତି । ତେବେ ଆସନ୍ତୁ ଦେଖିବା କ’ଣ ରହିଛି ଟିମ ଇଣ୍ଡିଆର ସ୍କ୍ୱାଡ ।

ବିରାଟ କୋହଲିଙ୍କ ବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ଓପନର କେ.ଏଲ ରାହୁଲ ମଧ୍ୟ ଦଳରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କ ଉପଅଧିନାୟକ ପଦ ଦେଇଛି ବିସିସିଆଇ । ଫେବୃୟାରୀ ପରେ ପ୍ରଥମ ଥର ଟିମ ଇଣ୍ଡିଆକୁ କମବ୍ୟାକ କରୁଛନ୍ତି ରାହୁଲ । ଅନ୍ୟ ପକ୍ଷରେ ପିଠିରେ ଆଘାତ ଯୋଗୁଁ ବୁମରାହ ଏବଂ ହର୍ଷଲ ପଟେଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତେବେ ବ୍ୟାକଅପ ଖେଳାଳି ଭାବରେ ୩ ଜଣଙ୍କୁ ନେଇଛି ବିସିସିଆଇ । ଶ୍ରେୟସ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲଙ୍କୁ ଏହି ଏସିଆ କପ୍ ପାଇଁ ବ୍ୟାକ ଅପ ଭାବେ ରଖାଯାଇଛି ।

ଟୁଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଅଗଷ୍ଟ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି ମେନ ଇନ ବ୍ଲୁ । ତେବେ ଭାରତ ସହିତ ୬ଟି ଟିମ୍ ଭାଗ ନେବେ । ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି । ତେବେ ଶେଷ ଟିମ୍ କ୍ୱାଲିଫିକେସନ ରାଉଣ୍ଡ ଜରିଆରେ ଜାଗା ପକ୍କା କରିବ । ଚଳିତବର୍ଷର ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜନ କରାଯାଉଛି ।

ଏସିଆ କପ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଆବେଶ ଖଶନ

ଏସିଆ କପ୍ ପାଇଁ ବ୍ୟାକଅପ୍ ଖେଳାଳୀ:

ଶ୍ରେୟସ୍ ଆୟର, ଅକ୍ସର ପଟେଲ ଏବଂ ଦୀପକ ଚହର 

Get real time updates directly on you device, subscribe now.