fbpx

ଟି-୨୦ ବିଶ୍ୱକପରେ ଇତିହାସ ରଚିବେ କିଙ୍ଗ କୋହଲି: ବିରାଟଙ୍କ ନଜରରେ ଜୟବର୍ଦ୍ଦନେଙ୍କ ବଡ଼ ରେକର୍ଡ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବିରାଟ କୋହଲି ଅନେକ ରେକର୍ଡ ନିଜ ନାମରେ କରି ସାରିଛନ୍ତି । ସର୍ବାଧିକ ରନ୍ ରୁ ଆରମ୍ଭ କରି ପ୍ଲେୟର ଅଫ ଦ ମ୍ୟାଚ ରେକର୍ଡ ସବୁ ସେ ହାସଲ କରିଛନ୍ତି । ଏଥର ମଧ୍ୟ ସେ ଆଉ ଏକ ବିରାଟ ରେକର୍ଡ ନିଜ ନାମରେ କରିପାରନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହଲା ଜୟବର୍ଦ୍ଦନେଙ୍କୁ ପଛରେ ପକାଇ ପାରନ୍ତି ବିରାଟ । ଚଳିତ ଟି-୨୦ ବିଶ୍ୱକପରେ କୋହଲିଙ୍କ ପାଖରେ ଏଥିପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ଟି-୨୦ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଚୌକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ମାହେଲା ଜୟବର୍ଦ୍ଦନେ । ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୧୧୧ଟି ଚୌକା ହାସଲ କରିଛନ୍ତି । ଜୟବର୍ଦ୍ଦନେଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ କିଙ୍ଗ କୋହଲି ରହିଛନ୍ତି । ତେଣୁ ଚଳିତ ସିଜନରେ ଜୟବର୍ଦ୍ଦନେଙ୍କୁ ପଛରେ ପକାଇବାର ସୁବର୍ଣ୍ଣ ସୁଯୋଗ ପାଇବେ ବିରାଟ କୋହଲି । ଏହି ଉପଲବ୍ଧି ପାଇବା ପାଇଁ ଟୁର୍ଣ୍ଣାମେଣ୍ଟରେ ୯ଟି ଚୌକାର ଆବଶକତା ରହିଛି । ତେବେ ୯ଟି ଚୌକା ସହ ମାହେଲା ଜୟବର୍ଦ୍ଦନେଙ୍କ ବଡ଼ ରେକର୍ଡକୁ ଭାଙ୍ଗି ପାରନ୍ତ ବିରାଟ କୋହଲି ।

୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ୨୭ଟି ମ୍ୟାଚର ୨୫ ଇନିଂସରୁ ୮୧.୫୦ ହାରରେ ମୋଟ ୧୧୪୧ ରନ୍ ସଂଗ୍ରହ କରିଛନ୍ତି କୋହଲି । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ହାସଲ କରିଥିଲେ କୋହଲି । ବର୍ତ୍ତମାନ ସୁଦ୍ଧା ଟି-୨୦ ବିଶ୍ୱକପରେ ସର୍ବାଧିକ ଥର ୫୦+ ସ୍କୋର କରିଥିବା ଖେଳାଳି ପାଲଟିଛନ୍ତି ବିରାଟ । ଟି-୨୦ ବିଶ୍ୱକପରେ ସେ ୧୪ ଥର ଏଭଳି କାରନାମା କରି ଦେଖାଇଛନ୍ତି । ଏହାସହିତ ଗୋଟିଏ ସିଜନରେ ସର୍ବାଧିକ ରନ୍(୨୦୧୪ ମସିହାରେ ୩୧୯ ରନ୍) କରିବାରେ ମଧ୍ୟ ତାଙ୍କ ନାମ ସାମିଲ ରହିଛି । ତେଣୁ ଏହି ସିଜନରେ ମଧ୍ୟ ବିରାଟଙ୍କ ନଜର ଜୟବର୍ଦ୍ଦନେଙ୍କ ଏହି ରେକର୍ଡ ଉପରେ ରହିଛି ।

Get real time updates directly on you device, subscribe now.