Cold Drinks ରେ ନିଶା ଦେଇ ଗୁପ୍ତାଙ୍ଗ କାଟିଦେଲେ କିନ୍ନର, ତା ପରେ …
ଡ୍ୟାନ୍ସରଙ୍କୁ ନିଶା ଦେଇ ଗୁପ୍ତାଙ୍ଗ କାଟିଦେଲେ କିନ୍ନର
ଉତ୍ତରପ୍ରଦେଶ: ଡ୍ୟାନ୍ସରଙ୍କ ଗୁପ୍ତାଙ୍ଗ କାଟିଦେଲେ କିନ୍ନର। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁରରେ। ଏଠାରେ, ପଟୱାଇ ଅଞ୍ଚଳର କିନ୍ନରମାନେ ଜଣେ ବିବାହିତ ପୁରୁଷଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ ଏବଂ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିଲେ।
ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ପୁରା ଯାଇଥିବାବେଳେ ତାଙ୍କ ପରିବାର ସଦସ୍ୟମାନେ କାନ୍ଦି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।
କଣ ଥିଲା ପୁରା ଘଟଣା: ପିଡିତଙ୍କ ଅନୁଯାୟୀ, ସେ ଏକ କାର୍ଯ୍ୟକ୍ରମରେ ବାଦାୟୁଁର ବିସୌଲିକୁ ଯାଉଥିଲେ। ଏହି ସମୟରେ ସେ ଶାହାବାଦରେ ଦୁଇଜଣ କିନ୍ନରଙ୍କୁ ଭେଟିଥିଲେ। କିନ୍ନରଙ୍କ ସହିତ ଆହୁରି ତିନି ଜଣ ଲୋକ ମଧ୍ୟ ଥିଲେ। ସେମାନେ ପ୍ରଥମେ ପୀଡିତଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ କରିବା ଆରମ୍ଭ କଲେ, ଏବଂ ତା’ପରେ ତାଙ୍କୁ ବଳପୂର୍ବକ ଶାହାବାଦ ଅଞ୍ଚଳର ଏକ ଗାଁକୁ ନେଇଗଲେ।
ସେଠାକୁ ନେଇଯାଇ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ। ଥଣ୍ଡା ପାନୀୟ ପିଇବା ପରେ ତାଙ୍କ ଆଖି ବନ୍ଦ ହେବାକୁ ଲାଗିଲା। ସେ କିଛି ସମୟ ମଧ୍ୟରେ ଅଚେତ ହୋଇଗଲେ। ଯେତେବେଳେ ସେ ଚେତା ଫେରିଲେ, ସେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କ ଗୁପ୍ତାଙ୍ଗ କାଟି ଦିଆଯାଇଥିଲା।
ସେହି ସମୟରେ କେହି ଜଣେ ପରିବାରକୁ ଏହି ଘଟଣା ବିଷୟରେ ଜଣାଇଥିଲେ। ତୁରନ୍ତ ପରିବାରର କିଛି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ନିକଟସ୍ଥ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ।
ଏହି ଘଟଣା ଉପରେ, ପୋଲିସ ଷ୍ଟେସନ୍ ଇନଚାର୍ଜ କହିଛନ୍ତି ଯେ, ପୋଲିସ ଘଟଣାର ତଦନ୍ତ କରୁଛି। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।