fbpx

ନାସାର ଫେକ୍ ଭିଡିଓ ସେୟାର କରି ଟ୍ରୋଲ ହେଲେ କିରଣ ବେଦୀ

ନୂଆଦିଲ୍ଲୀ,୪ ।୧: ସୋସିଆଲ ମିଡିଆରେ ଗତ କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରୁ କିଛି ଭିଡିଓ ଅସଲି ଥିବା ବେଳେ କିଛି ନକଲି ଭିଡିଓ ସେୟାର ହୋଇଥାଏ । ସେହିପରି ଏକ ନକଲି ଭିଡିଓକୁ ପୁଡୁଚେରୀର ଉପ ରାଜ୍ୟପାଳ ବା ପ୍ରଥମ ମହିଳା ଆଇପିଏସ କିରଣ ବେଦୀ ଅସଲି ଭାବି ସେୟାର କରିଛନ୍ତି । କିରଣ ଦେବୀଙ୍କ ପକ୍ଷରୁ ଟ୍ୱିଟରେ ଏହି ଭିଡିଓ ସେୟାର ହୋଇଥିବା ଦେଖିବା ମାତ୍ରେ ଲୋକମାନେ ଟ୍ରୋଲ କରିବାରେ ଲାଗିଲେ । କିରଣ ଦେବୀ ସିଭିଲ ପରୀକ୍ଷା କିପରି ପାସ୍ କଲେ ବୋଲି ମଧ୍ୟ କିଛି ୟୁଜର୍ସ ସୋଶିଆଲ ମିଡିଆରେ ପ୍ରଶ୍ନ ପଚାରିଛନ୍ତି ।

ତେବେ ସେୟାର ହୋଇଥିବା ଭିଡିଓରେ କିରଣ ଦାବି କରିଛନ୍ତି ଯେ, ଭିଡିଓଟି ନାସା ଦ୍ୱାରା ରେକର୍ଡ କରାଯାଇଛି । ଯେଉଁଥିରେ ସୂର୍ଯ୍ୟର ଶବ୍ଦ ଶୁଣିବାକୁ ମିଳୁଛି । ସୂର୍ଯ୍ୟ ଉଦୟ ହେବା ସମୟରେ ଓଁ ଉଚ୍ଚାରଣ କରିଥାଏ ବୋଲି କିରଣ କହିଛନ୍ତି । ଏହି ଭିଡିଓଟି ସେୟାର କରି ଟ୍ରୋଲର ଶିକାର ହୋଇଛନ୍ତି କିରଣ ।

Get real time updates directly on you device, subscribe now.