fbpx

Big Breaking… ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ ପଦକ: ଜାଭେଲିନରେ ସ୍ୱର୍ଣ୍ଣ ଆଣିଲେ ନୀରଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି ଓଡ଼ିଶାର ଗେହ୍ଲା ପୁଅ । ଜାଭେଲିନ ଥ୍ରୋ କ୍ରୀଡ଼ାରେ କିଶୋର ଜେନା ହାସଲ କରିଛନ୍ତି ରୌପ୍ୟ ପଦକ । ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରି ସେ ଏକ ଐତିହାସିକ ସଫଳତା ନିଜ ନାମରେ କରିଛନ୍ତି । ଚତୁର୍ଥ ଥ୍ରୋରେ ୮୭.୫୪ ମିଟର ଫିଙ୍ଗି ରୌପ୍ୟ ପଦକ ଉପରେ କବଜା କରିଛନ୍ତି କିଶୋର । ତେବେ କିଶୋରଙ୍କ ରୌପ୍ୟ ପଦକ ମିଳିଥିବା ବେଳେ ଭାରତର ‘ସୁନା’ ପୁଅ ନୀରଜ ଚୋପ୍ରା ପୁଣିଥରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ୮୮.୮୮ ମିଟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସେ ସ୍ୱର୍ଣ୍ଣ ପଦକ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.