fbpx

ଏସୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଆ ପୁଅ: କିଶୋରଙ୍କ ପଦକ ଆଶା ଉଜ୍ଜ୍ୱଳ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ଦଶମ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ସହିତ ୯ଟି ପଦକ ହାସଲ କରିଥିବା ବେଳେ ଆଜି ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୭୬ରେ ପହଞ୍ଚିଛି । ସେଥିମଧ୍ୟରେ ୧୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ରହିଛି ।

ତେବେ ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଓଡ଼ିଆ ପୁଅ କିଶୋର ଜେନାଙ୍କର ପଦକ ଆଶା ଉଜ୍ଜ୍ୱଳ ରହିଛି । କିଶୋର ଜାଭେଲିନ ଥ୍ରୋର ୩ୟ ଥ୍ରୋରେ ୮୬.୭୭ ମିଟର ଫିଙ୍ଗିଛନ୍ତି । ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କାରଣରୁ କିଶୋର ଦେଶ ପାଇଁ ଏକ ପଦକ ଜିତିବାର ସମ୍ଭାବନା ରହିଛି । ଯଦି ଏସୀୟ କ୍ରୀଡ଼ାରେ କିଶୋର ପଦକ ଜିତନ୍ତି ତେବେ ସେ ରାଜ୍ୟ ତଥା ଦେଶ ପାଇଁ ନୂଆ ଇତିହାସ ଲେଖିବେ ।

ଏହି ଇଭେଣ୍ଟରେ କିଶୋର ନୀରଜଙ୍କୁ ଟପି ଯାଇଥିଲେ । ଏହାପରେ ନୀରଜ ଚତୁର୍ଥ ଥ୍ରୋରେ ୮୮.୮୮ ମିଟର ଫିଙ୍ଗିଥିଲେ । ତା’ପରେ କିଶୋର ଉଚ୍ଚକୋଟୀର ପ୍ରଦର୍ଶନ କରି ୮୭.୫୪ ମିଟର ଫିଙ୍ଗିଥିଲେ । ଗୋଟିଏ ପଟେ କିଶୋର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଅନ୍ୟପଟେ ନୀରଜ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରୁଥିଲେ । ତେଣୁ ଗୋଟିଏ ଇଭେଣ୍ଟରେ ଦୁଇଜଣ ଭାରତୀୟ ପ୍ରତିଯୋଗିତା କରିବା ନିଶ୍ଚିତ ଭାବେ ଭାରତ ପାଇଁ ଗୌରବର ବିଷୟ ।

Get real time updates directly on you device, subscribe now.