Breaking: ବାହାଘର ପ୍ରୋସେସନ ବେଳେ, ବରଯାତ୍ରୀଙ୍କ ମଧ୍ୟରେ ଛୁରୀ ଭୁସାଭୁସି
ଧୁମଧାମରେ ଚାଲିଥିଲା ବାହାଘର ପ୍ରୋସେସନ। ହେଲେ ହଠାତ୍ ବରଯାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଗଣ୍ଡଗୋଳ। କଥା ଏତେ ବାଟ ବଢିଗଲା ଯେ, ବରଯାତ୍ରୀଙ୍କ ମଧ୍ୟରେ ଛୁରୀ ଭୁସିଭୁସି ହୋଇଗଲେ। ଘଟଣାରେ ୩ ଆହତ।
ଖଲ୍ଲିକୋଟ: ବାଜୁଥିଲା ଡିଜେ। ଆଉ ଗୀତର ତାଳେ ତାଳେ ବିଭିନ୍ନ ଅଙ୍ଗଭଙ୍ଗୀରେ ନାଚୁଥିଲେ ବରଯାତ୍ରୀ। ଧୁମଧାମରେ ଚାଲିଥିଲା ପ୍ରୋସେସନ। ହେଲେ ହଠାତ୍ ଆରମ୍ଭ ହୋଇଗଲା ଗଣ୍ଡଗୋଳ ମାନପିଟ୍। ଏମିତିରେ ବରଯାତ୍ରୀ କିମ୍ୱା ବାହାଘର ସମୟରେ ଏମିତି ଛୋଟମୋଟ ଗଣ୍ଡଗୋଳ ଦେଖିବାକୁ ମିଳେ।
ହେଲେ ଏଠି ଏହି ଗଣ୍ଡଗୋଳ ଏତେ ବଟା ବଢ଼ିଯାଇଥିଲା ଯେ, ଶେଷରେ ବରଯାତ୍ରୀଙ୍କ ମଧ୍ୟରେ ଆଉ ପାଟିତୁଣ୍ଡ ପର୍ଯ୍ୟନ୍ତ କଥା ସୀମିତ ନଥିଲା। ନିଜ ନିଜ ମଧ୍ୟରେ ଛୁରୀ ଭୁସାଭୁସି ପର୍ଯ୍ୟନ୍ତ କଥା ପଳେଇଥିଲା। ଆଉ ଛୁରୀ ମାଡରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା।
ହଁ ଘଟଣା ଘଟିଛି ଖଲ୍ଲିକୋଟ୍ ଚଣ୍ଡୀପୀଠ ଗାଁରେ। ଗତକାଲି ରାତିରେ ବିକ୍ରମପୁର ଗାଁରୁ ବରଯାତ୍ରୀ ସାଙ୍ଗରେ ଧରି ଚଣ୍ଡୀପୀଠକୁ ବାହା ହେବାକୁ ଆସିଥିଲେ ବର। ଆଉ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ହଠାତ୍ ବରଯାତ୍ରୀଙ୍କ ପରସ୍ପର ଭିତରେ ଝଗଡ଼ା ଲାଗିବା ଆରମ୍ଭ କଲେ।
ଗଣ୍ଡଗୋଳରୁ କଥା ଯାଇ ଛୁରୀ ଭୁସାଭୁସିରେ ପହଞ୍ଚିଲା। ଛୁରାମାଡରେ ୩ ଜଣ ଆହତ ହୋଇଥିବା ବେଳେ, ଜଣେ ଗୁରୁତର ହୋଇ ପଡିଥିଲେ। ପରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବ ଶତ୍ରୁତାରୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।