fbpx
BJD SKY
BJD SKY

ଗତ ୨୧ ବର୍ଷ ଧରି ଅୟମାନ ଅଲ୍ ଜାୱାହିରୀକୁ ଖୋଜୁଥିଲା ଆମେରିକା:ଜାଣନ୍ତୁ ଜଣେ ଡାକ୍ତରରୁ କେମିତି ହେଲେ ଆତଙ୍କୀ

BJD

ନୂଆଦିଲ୍ଲୀ:୨୦୧୧ରେ ଓସାମା ବିନ୍ ଲାଦେନଙ୍କ ମୃତ୍ୟୁ ପରେ ଅୟମାନ ଅଲ୍ ଜାୱାହିରୀ ଅଲ୍ କାଏଦାକୁ ନିଜ ଅଧିନକୁ ନେଇଥିଲା । ସେ ଏବଂ ବିନ୍ ଲାଦେନ୍ ଆମେରିକା ଉପରେ ହୋଇଥିବା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ତେବେ ଜାୱାହିରୀ ଆମେରିକାର ସବୁଠାରୁ ଅଧିକ ଶକ୍ତିଶାଳି ଆତଙ୍କବାଦୀ ଥିଲା । ଯାହାକୁ ଆମେରିକା ଦୀର୍ଘ ୨୧ ବର୍ଷ ଧରି ଖୋଜୁଥିଲା । ଆମେରିକାର ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଆତଙ୍କବାଦୀ ଜାୱାହିରୀ ବିରୋଧରେ ଅପରେସନ କରିଥିଲା । ୨୦୧୧ରେ ଯେତେବେଳେ ଏହି ଆତଙ୍କବାଦୀ ଦଳର ପ୍ରତିଷ୍ଠାତା ଓସାମା ବିନ୍ ଲାଦେନକୁ ଆମେରିକା ସନ୍ୟବାହିନୀମାନେ ହତ୍ୟା କରିଥିଲେ,ସେତେବେଳେ ଏହି ଆତଙ୍କବାଦୀ ଗୋଷ୍ଟିକୁ ସବୁଠାରୁ ବଡ ଝଟକା ଲାଗିଥିଲା । ଏହାପରେ ଜୱାହିରୀ ଅଲ୍ କାଏଦାର ନେତୃତ୍ୱ ନେଇଥିଲା । ଏହା ପୂର୍ବରୁ ଜୱାହିରୀକୁ ବିନ୍ ଲାଦେନର ଡାହାଣ ହାତ ତଥା ଅଲ୍ କାଏଦାର ମୁଖ୍ୟ ବିଚାରକ କୁହାଯାଉଥିଲା ।

ଜୱାହିରୀ ଡାକ୍ତରୁ କିପରି ସାଜିଲେ ଆତଙ୍କବାଦୀ:
ଅୟମାନ ଅଲ୍ ଜୱାହିରୀ ମିଶରର ଜଣେ ଡାକ୍ତର ଥିଲେ । ସେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେକେରିକାରେ ହୋଇଥିବା ଆକ୍ରମଣରେ ଚାରୋଟି ବିମାନ ଅପହରଣ କରିବାରେ ସାହାଯ୍ୟ କରିଥିଲେ । ଏଥିରେ ୨ଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡୂବ୍ଲୁଟିସି)ର ଉଭୟ ଟାୱାର ସହିତ ମୁହାଁ ମୁହିଁ ହୋଇଥିଲା । ତୃତୀୟ ବିମାନଟି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଧକ୍କା ହୋଇଥିଲା । ସେହିପରି ଚତୁର୍ଥ ବିମାନଟି ଶଙ୍କରଭିଲର ଏକ ଚାଷ ଜମିରେ ଖସି ପଡିଥିଲା । ଏହି ଘଟଣାରେ ପ୍ରାୟ ୩୦୦୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଜୱାହିରୀ ଦୁନିଆର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ ।

ଆତଙ୍କବାଦୀ ଜୱାହିରୀ ୧୯ ଜୁନ୍ ୧୯୫୧ ମସିହାରେ ମିଶରର ରାଜଧାନୀ କାହିରାରେ ଜଣେ ଡାକ୍ତର ଓ ବିଦ୍ୱାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ଆତଙ୍କବାଦୀରେ ସାମିଲ ହେବା ପୂର୍ବରୁ ଜଣେ ଆଖି ଡାକ୍ତର ଥିଲେ । ୧୯୮୦ ମସିହାରେ ଉଗ୍ରବାଦୀ ଇସଲାମ୍ ରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ସେ ଜେଲରୁ ବାହାରିବା ପରେ ହିଂସାତ୍ମକ ଆନ୍ତର୍ଜାତୀୟ ଜିହାଦୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାପରେ ସେ ଓସାମା ବିନ୍ ଲାଦେନ୍ ସହ ସାମିଲ ହୋଇଥିଲେ । ସେବେଠାରୁ ସେ ଓସାମା ବିନ୍ ଲାଦେନ୍ ର ଖାସ୍ ହୋଇଯାଇଥିଲା । ୨୦୦୬ ଜାନୁଆରୀରେ ଆମେରିକା ଅଲ୍ କାଏଦା ଉପରେ ମିଶାଇଲ୍ ନିକ୍ଷପେ କରିଥିଲା । ଯେଉଁଥିରେ ଅଲ୍ କାଏଦାର ୪ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଜୱାହିରୀ ବଞ୍ଚି ଯାଇଥିଲା । ଯୋହାକୁ ବର୍ତ୍ତମାନ ଆମେରିକା ହତ୍ୟା କରିଛି । ସେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବାବେଳେ ଆମେରିକା ଡ୍ରୋନ୍ ଷ୍ଟ୍ରାଇକ କରିଥିଲା । ଫଳରେ ଘଟଣାସ୍ତଳରେ ତାର ମୃତ୍ୟୁ ହୋଇଛି । ଆମେରିକାର ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଏହି ଅପରେସନ କରିଥିଲା । ଯହାକୁ ଆମେରିକାର ରଷ୍ଟ୍ରପତି ଜୋ ବାଇଡେନ୍ ନିଶ୍ଚିତ କିଛନ୍ତି ।
ବିସିସିଆଇ ଅନିଯାୟୀ ବାଇଡେନ୍ କହିଛନ୍ତି ଯେ ଜାୱାହିରି ଆମେରିକୀୟ ନାଗରିକଙ୍କ ବିରୋଧରେ ହତ୍ୟା ଏବଂ ହିଂସାର ପଥ ସୃଷ୍ଟି କରୁଥିଲା । ବର୍ତ୍ତମାନ ନ୍ୟାୟ ମିଳିଛି ଏବଂ ଏହି ଆତଙ୍କବାଦୀ ନିହତ ହୋଇଛି ।

Get real time updates directly on you device, subscribe now.