fbpx

(Video) ଦିନକ ପରେ ମିଳିଲା ନଦୀରେ ଭାସି ଯାଇଥିବା କାଉଡ଼ିଆଙ୍କ ମୃତଦେହ: ଜଳାଭିଷେକ ପାଇଁ ଯାଇଥିବା ବେଳେ…

ଢେଙ୍କାନାଳ(ଓଡ଼ିଶା ଭାସ୍କର): ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଶ୍ରାବଣ ମାସର ତୃତୀୟ ସୋମବାରରେ ଶିବଙ୍କ ନିକଟରେ ଜଳାଭିଷେକ କରିବା ପାଇଁ କାଉଡ଼ିଆ ଜଣକ କେନାଲକୁ ଯାଇଥିବା ସମୟରେ ଭାସି ଯାଇଥିଲେ । ତେବେ ଗତକାଲି ଦିନ ତମାମ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କାଉଡ଼ିଆଙ୍କୁ ପାଇ ନଥିଲେ ।

ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଲିରୁ ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଏକ କେନାଲ ନିକଟସ୍ଥ ଅଷ୍ଟସମ୍ଭୁ ମନ୍ଦିରରେ ଜଳାଭିଷେକ ପାଇଁ ଗତକାଲି ସକାଳେ କାଉଡ଼ିଆ ଜଣକ ପାଣି ଆଣିବାକୁ ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଯାଇଥିଲା ।

ସୂଚନା ମୁତାବକ କାଉଡ଼ିଆଙ୍କୁ ଅଗ୍ନିଶମ ବିଭାଗ ଖେ।।ଜାଖୋଜି କରି ପାଇ ନଥିବାରୁ ସ୍ଥାନୀୟ ଲୋକେ ଉଡ୍ରାଫ ଟିମ ପାଇଁ ଜିଲ୍ଲାପାଳଙ୍କୁ ଫୋନ କରି ଅଭିଯୋଗ କରିବା ପରେ ଗତକାଲି ସନ୍ଧ୍ୟାରେ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଜି ସକାଳେ ନିଖୋଜ ଥିବା କାଉଡ଼ିଆଙ୍କ ମୃତ ଦେହକୁ ଘଟଣାସ୍ଥଳଠାରୁ ପାଞ୍ଚ ଶହ ମିଟର ଦୂରରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.