fbpx

ଏହିପରି ନିଜ ଦିନର ଆରମ୍ଭ କରନ୍ତି ସୁନ୍ଦର ପିଚାଇ, ଏହାକୁ ଫଲୋ କରି ଆପଣ ବି ଜୀବନରେ ପାଇପାରିବେ ସଫଳତା

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ ଯୋଗ-ବାୟାମ ଏବଂ ବହି ପଢାରୁ ଆରମ୍ଭ କରନ୍ତି । ହେଲେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ନିଜ ଦିନର ଆରମ୍ଭ ଏକ ଟେକ ୱେବସାଇଟ ଟେକମିମିରୁ କରନ୍ତି । କେବଳ ସୁନ୍ଦର ପିଚାଇ ନିଜ ଦିନର ଆରମ୍ଭ ଏପରି କରନ୍ତି ନାହିଁ ଅନ୍ୟାନ୍ୟ ସିଇଓ ମଧ୍ୟ ଏହି ୱେବସାଇଟରୁ ନିଜ ଦିନର ଆରମ୍ଭ କରନ୍ତି । ବହୁ ଟେକ ସିଇଓଙ୍କ ପରି ମାର୍କ ଜୁକରବର୍ଗ, ସତ୍ୟା ନଡେଲା ଏବଂ ଟ୍ୱିଟରର ପୂର୍ବତନ ସିଇଓ ଡିକ କୋଷ୍ଟୋଲୋ ମଧ୍ୟ ଏହି କଥା ସ୍ୱୀକାର କରିଛନ୍ତି ଯେ, ସେମାନେ ଏହି ୱେବସାଇଟ ବ୍ୟବହାର କରନ୍ତି ।

ଟେକମିମି ଏକ ଟେକ ଏଗ୍ରିଗେଟର ୱେବସାଇଟ, ଯାହାର ସ୍ଥାପନା ୨୦୦୫ ମସିହାରେ ଇଟାଲୀର ଇଞ୍ଜିନିୟର ଗେବେ ରିବେରା କରିଥିଲେ । ଏହି ୱେବସାଇଟର ଖାସକଥା ହେଉଛି, ଏଥିରେ ଆପଣଙ୍କୁ ସମସ୍ତ ମେନଷ୍ଟ୍ରିମ ମିଡିଆ ୱେବସାଇଟର ଲିଙ୍କ ମିଳିଯିବ । ରିବେରାଙ୍କ କହିବାନୁଯାୟୀ, ଟେକମିମି ଏକ ଏପରି ୱେବସାଇଟ ଯାହାର ସହାୟତାରେ ଯେକୌଣସି ଟେକ୍ ୱେବସାଇଟର କଣ୍ଟେଣ୍ଟ ଆପଣଙ୍କୁ ଏକ ସ୍ୱତନ୍ତ୍ର ସାରାଂଶରେ ମିଳିଯିବ ।

ଏହା ବ୍ୟତୀତ ସୁନ୍ଦର ପିଚାଇ ରିକୋଡକୁ ୨୦୧୬ ମସିହାରେ ଦେଇଥିବା ଏକ ଇଣ୍ଟର ଭ୍ୟୁରେ କହିଥିଲେ ଯେ, ସେ ସକାଳ ୬.୩୦ରୁ ସକାଳ ୭ଟା ମଧ୍ୟରେ ଉଠନ୍ତି । ଏହା ପରେ ସେ ୱାଲ ଷ୍ଟ୍ରୀଟ ଜେନେରାଲର ଫିଜିକାଲ କପି ଏବଂ ନ୍ୟୁୟର୍କ ଟାଇମ୍ସର ଅନଲାଇନ ଭର୍ଜନକୁ ପଢନ୍ତି । ଏହାପରେ ସେ ଆମଲେଟ ଖାଇ ପ୍ରୋଟିନ ସଂଗ୍ରହ କରନ୍ତି ।

ସୁନ୍ଦର ପିଚାଇ ଗୁଗୁଲର ଏଆଇ ଚାଟବଟ ବାର୍ଡର ନାମ ଜିମିନୀ କରିବାକୁ ଘୋଷଣା କରିଛନ୍ତି । ଜିମିନୀକୁ ମାଇକ୍ରୋସଫ୍ଟ ସମର୍ଥିତ ଚାଟଜିପିଟିର ଉତ୍ତର ବୋଲି କୁହାଯାଏ । ଏଥିସହ ସିଏନବିସିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପିଚାଇ କହିଥିଲେ ଯେ, ଏହାକୁ ସବୁଠାରୁ ଅଧିକ କ୍ଷମତା ଏବଂ ସୁରକ୍ଷିତ ଏଆଇ ମଡେଲ ଭାବେ ବିକଶିତ କରାଯାଉଛି ।

Get real time updates directly on you device, subscribe now.