fbpx

ମୋବାଇଲ ବ୍ୟବହାର ଅଧିକ ହେଲେ ଆଖି ଯନ୍ତ୍ରଣା ହେଉଛି କି? ଜାଣନ୍ତୁ ଏହାର ଉପଚାର

ନୂଆଦିଲ୍ଲୀ: ଆଜିକାଲି ପିଲାରୁ ବୁଢା ସମସ୍ତେ ଇକ୍ଟ୍ରୋନିକ୍ସ ଗ୍ୟାଜେଟର ପ୍ରଚୁର ବ୍ୟବହାର କରୁଛନ୍ତି । ମୋବାଇଲ, କମ୍ପ୍ୟୁଟର ଏବଂ ଲାପଟପ ଭଳି ଜିନିଷର ବହୁଳ ବ୍ୟବହାର ସେମାନଙ୍କ ଆଖି ଉପରେ ଖୁବ ପ୍ରଭାବ ପକାଇବାରେ ଲାଗିଛି । ଦୀର୍ଘ ସମୟ ଏସବୁ ବ୍ୟବହାର କଲେ ମଣିଷର ଆଖି ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହା ଧିରେ ଧିରେ ଆଖିର ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହାର ପରିଣାମରେ ବର୍ତ୍ତମାନ ଅଧିକାଂଶ ଲୋକଙ୍କର ଆଖି ସମସ୍ୟା ଦେଖାଯାଉଛି । କିନ୍ତୁ ଏହାର ଉପଚାର କ’ଣ? ଦୃଷ୍ଟିଶକ୍ତି ହ୍ରାସ ହେଲେ ଏହାକୁ ବୃଦ୍ଧି କରିବା ସ୍ୱାଭାବିକ ଅବସ୍ଥାକୁ ଆଣିପାରିବା? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତ୍ତର ।

ଆପଣ ଯେତେବେଳେ ଆଖିରେ ଅଧିକ ଯନ୍ତ୍ରଣା ଅନୁଭବ କରୁଛନ୍ତି କିମ୍ବା ଅଦିକ ଜ୍ୱଳନ ହେଉଛି, ତୁରନ୍ତ ଥଣ୍ଡା ପାଣିରେ ଆଖି ଧୋଇ ଦିଅନ୍ତୁ । ଏହାଦ୍ୱାରା ଆଖିର ମାଂସପେଶୀକୁ ଆରାମ ମିଳିଥାଏ ଏବଂ ଦୃଷ୍ଟିଶକ୍ତି ହ୍ରାସ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ ।

ସେହପରି ଖରା, ଧୂଳି କିମ୍ବା ପ୍ରଦୂଷିତ ଅଞ୍ଚଳ ଦେଇ ଯିବା ବାଟରେ ସନ୍ ଗ୍ଲାସ ବ୍ୟବହାର କରିବା ଉଚିତ । ଏହାସହିତ ଆଖିର ସୁରକ୍ଷା ପାଇଁ ରାତି ବେଳେ ଆଣ୍ଟି ଗ୍ଲେୟର ଗ୍ଲାସ ପିନ୍ଧି ଯାତାୟତ କରିପାରିବେ ।

ତେବେ ଅଧିକ ସମୟ କମ୍ପ୍ୟୁଟର, ମୋବାଇଲ କିମ୍ବା ଲାପଟପ ବ୍ୟବହାର କରି ଆଖି ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହାର ରେଡିଏସନ ଆପଣଙ୍କ ଆଖିକୁ ନଷ୍ଟ କରି ଦେଇ ପାରେ । ତେବେ ଆକିକୁ ସୁସ୍ଥ ରଖିବା ପାଇଁ ଏହି ଜିନିଷଗୁଡିକୁ ଅତ୍ୟଧିକ ବ୍ୟବହାର କରିବାକୁ ବିରତ ରୁହନ୍ତୁ ।

ଅତ୍ୟଧିକ ଆଲୋକ କିମ୍ବା ଲାମ୍ପ ସାମନାରେ ବସି ପାଠ ପଢୁଥିଲେ ସାବଧାନ ହୋଇଯାଆନ୍ତୁ । ସବୁ ସମୟରେ ଏକ ସମାନ୍ତରାଳ ଆଲୋକରେ ବସି ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ଏହାପରେ ବି ଯଦି ଦୃଷ୍ଟିଶକ୍ତି ହ୍ରାସ ପାଇଛି, ତେବେ ସୁସ୍ଥକର ଖାଦ୍ୟ ଖାଇବା ଆବଶ୍ୟକ । ଏଥିରେ ଭିଟାମିନ ଏ ଏବଂ ବିଟାକାରୋଟିନରେ ଭରପୂର ରହିଥାଏ । ଯାହା ମଣିଷର ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ ।

Get real time updates directly on you device, subscribe now.