fbpx

ଏସବିଆଇ ଏଟିଏମରୁ ବିନା କାର୍ଡରେ ବି ଉଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ଗ୍ରାହକ ଅଟନ୍ତି ଏବଂ ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡ ନେବାକୁ ପସନ୍ଦ କରିନଥାନ୍ତି କିମ୍ବା କାର୍ଡ ଘରେ ଭୁଲିଯାଇଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ । ଏଥିପାଇଁ ଏସବିଆଇ ଏହାର ଗ୍ରାହକଙ୍କ ପାଇଁ ଏକ ସୁବିଧା କରିଛି, ଏହାଦ୍ୱାରା ବିନା ଏଟିଏମ/ଡେବିଟ୍ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇପାରିବେ ଗ୍ରାହକ । ବ୍ୟାଙ୍କ ଗ୍ରାହକଙ୍କୁ ୟୋନୋ କ୍ୟାସ(YONO CASH)ର ସୁବିଧା ଦେଇଛି । ଏହା ସାହାଯ୍ୟରେ ଆପଣ ଏଟିଏମ ସହ ପିଓଏସ ଟର୍ମିନାଲ ଏବଂ କଷ୍ଟମର ସର୍ଭିସ ପଏଣ୍ଟ ଠାରୁ ମଧ୍ୟ ଟଙ୍କା ବାହର କରିପାରିବେ ।

ଏଥିପାଇଁ ଆପଣଙ୍କ ଫୋନରେ ଏସବିଆଇ ୟୋନୋ ଆପ(YONO APP) ଥିବା ଦରକାର । ଏହି ଆପ ଜରିଆରେ ଆପଣ ଦେଶରେ ଏସବିଆଇ ଏଟିଏମରୁ ଆପଣଙ୍କ ଟଙ୍କା ଉଠାଇପାରିବେ । ତେବେ ଏହି ସୁବିଧା ଦ୍ୱାରା ଆପଣ ୫୦୦ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ ।

ଜାଣନ୍ତୁ କେମିତି ୟୋନୋ କ୍ୟାସ ସାହଯ୍ୟରେ ଏଟିଏମରୁ ଉଠାଇବେ ଟଙ୍କା

  •  ପ୍ରଥମେ ୟୋନୋ ଆପ୍ ରେ ଲଗ ଇନ କରିବାକୁ ହେବ
  • ଏହା ପରେ ହୋମ୍ ପେଜ୍ ରେ YONO CASH ଉପରେ କ୍ଲିକ କରନ୍ତୁ
  • ଏବେ ୟୋନୋ କ୍ୟାଶରେ ATM ସେକ୍ସନ ଉପରେ କ୍ଲିକ କରନ୍ତୁ
  • ଏହାପରେ କେତେ ଟଙ୍କା ଉଠାଇବାକୁ ଚାହୁଛନ୍ତି ତାହା ଲେଖନ୍ତୁ
  • ଏହା ପରେ ଏକ ୬ ଅଙ୍କ ବିଶିଷ୍ଟ ପିନ୍ ତିଆରି କରିବାକୁ ହେବ, ଏହାପରେ ୟୋନୋ କ୍ୟାଶ ଟ୍ରାଞ୍ଜାକସନ ନମ୍ବର ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିବ । ଯାହା ୬ ଘଣ୍ଟା ପାଇଁ ବୈଧ ରହିବ ।
  • ଏଟିଏମ ରେ ୟୋନୋ କ୍ୟାଶ ଅପ୍ସନରେ କ୍ଲିକ କରନ୍ତୁ । ଏହାପରେ ମୋବାଇଲ ନମ୍ବରରେ ଆସିଥିବା ୟୋନୋ କ୍ୟାସ ଟ୍ରାଞ୍ଜାକ୍ସନ ନମ୍ବର ଏବଂ ଆପଣଙ୍କ ଦ୍ୱାରା ତିଆରି କରାଯାଇଥିବା ୬ ଅଙ୍କ ବିଶିଷ୍ଟ ପିନ୍ ଦେବାକୁ ହେବ ।
  • ଏହି ପ୍ରକ୍ରିୟା ଶେଷ ହେବାପରେ କ୍ୟାସ କଲେକ୍ଟ କରିପାରିବେ ।

Get real time updates directly on you device, subscribe now.