ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(BSNL) ଆଣିଛି ଗ୍ରାହକଙ୍କ ପାଇଁ ହୋଲି ଉପହାର । କଷ୍ଟମରମାନଙ୍କ ପାଇଁ ଫ୍ୟାନ୍ସି ନମ୍ବର ବା VIP ନମ୍ବର ବାଛିବା ପାଇଁ ବିକଳ୍ପ ଦେଇଛି କମ୍ପାନୀ । ପୋଷ୍ଟପେଡ ଏବଂ ପ୍ରିପେଡ ଉଭୟ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ଗ୍ରାହକଙ୍କୁ ନିଜ ମନ ପସନ୍ଦର ଠଓଚ ନମ୍ବର ପ୍ରଦାନ କରିବା ପାଇଁ ବିକଳ୍ପ ରାସ୍ତା ଦେଇଛି କମ୍ପାନୀ । ତେବେ ଆସନ୍ତୁ ଜାଣିବା ଏହି ସୁବିଧା ପାଇବା ପାଇଁ କ’ଣ ରହିଛି କମ୍ପାନୀର ସର୍ତ୍ତ ଏବଂ ନିୟମ ।
୧- ଇ-ନିଲାମୀ ସାଇଟକୁ ଯାଇ ନିଜ ସର୍କଲ ବାଛନ୍ତୁ, ଏବେ ଲଗ ଇନ କିମ୍ବା ରେଜିଷ୍ଟର କରନ୍ତୁ
୨- ନିଜ ମୋବାଇଲ ନମ୍ବର ଏବଂ ଇକେଲ ଆଇଡି ଦିଅନ୍ତୁ ଯାହାକୁ କମ୍ପାନୀ ଏକ ଲଗ ଇନ ବିବରଣୀ ପ୍ରଦାନ କରିବ
୩- ଏବେ ରେଜିଷ୍ଟର ଲିଙ୍କରେ କ୍ଲିକ କରି ଲଗ ଇନ ଟ୍ୟାବ ବାଛନ୍ତୁ ଏବଂ ନିଜ ମୋବାଇଲ ନମ୍ବର ଓ ପାସୱାର୍ଡ ଟାଇପ କରନ୍ତୁ
୪- ସାଇଟରେ ସାଇଡ ବାର୍ ରେ ଥିବା ଫ୍ୟାନ୍ସି ନମ୍ବରରୁ ଗୋଟିଏକୁ ବାଛନ୍ତୁ, ଯାହା ଉପରେ ବୋଲି ଲଗାଇବାକୁ ଚାହାଁନ୍ତି । ଏହାପରେ “CONTINUE TO CART” ରେ କ୍ଲିକ କରନ୍ତୁ ।
୫- ଏବେ ରିଫଣ୍ଡେବଲ ଟଙ୍କା ପ୍ରଦାନ କରନ୍ତୁ, ବୋଲି ଲଗାଇବାର ଶେଷ ତାରିଖ ମନେ ରଖନ୍ତୁ
୬- ପଞ୍ଜୀକରଣ ପରେ ଇ-ନିଲାମୀରେ ଭାଗ ନେବା ପାଇଁ ଚୟନ କରିଥିବା ନମ୍ବରରେ ନ୍ୟୁନତମ ବୋଲି ଲଗାନ୍ତୁ ।
ପ୍ରତ୍ୟେକ ନମ୍ବରରେ ବୋଲି ଲଗାଇଥିବା ୩ ଜଣଙ୍କୁ ସୁଯୋଗ ଦେବ କମ୍ପାନୀ । ତେବେ ଅନ୍ୟ ଗ୍ରାହକମାନଙ୍କୁ ଇ-ନିଲାମୀ ଶେଷ ହେବାର ୧୦ ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ । ଏହାପରେ ନମ୍ବର ପାଇବା ପାଇଁ ଗ୍ରାହକ ନିଜ ଠିକଣା ଏବଂ ପରିଚୟ ପ୍ରମାଣପତ୍ର ଦେବେ । ଏହାପରେ ଅକ୍ସନରେ ମୋବାଇଲ ନମ୍ବରକୁ କିଣି ପାରିବେ ଗ୍ରାହକ । ତେବେ ଯଦି ପ୍ରଥମ ଗ୍ରାହକ ଏହି ନମ୍ବର ନେବାରେ ବିଫଳ ହୁଅନ୍ତି, ତେବେ ଏହା ଦ୍ୱିତୀୟ ଗ୍ରାହକଙ୍କୁ ପାସ କରି ଦିଆଯିବ । ସେହିଭଳି ଦ୍ୱିତୀୟ ଗ୍ରାହକ ମଧ୍ୟ ଯଦି ନମ୍ବର ପାଇଁ ପଛ ଘୁଞ୍ଚା ଦିଅନ୍ତି ତୃତୀୟ କଷ୍ଟମର ଏହାକୁ ନିଜ ନାମରେ କରି ପାରିବେ ।