fbpx

ଦିନରେ ୩ ଥର ରଙ୍ଗ ବଦଳାଉଛି ଏହି ଚମତ୍କାରୀ ଶିବଲିଙ୍ଗ, ଦର୍ଶନ କଲେ ମିଳିବ ମନମୁତାବକ ଜୀବନସାଥୀ

ଧୌଲପୁର: ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଏକ ବିଶେଷ ମହତ୍ତ୍ୱ ରହିଛି, ତେଣୁ ତାଙ୍କୁ ଦେବତାଙ୍କ ମଧ୍ୟରେ ମହାଦେବ କୁହାଯାଏ । ପୁରାଣରେ ଭଗବାନ ଶିବଙ୍କ ଚମତ୍କାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଦେଶରେ ଭଗବାନ ଶିବଙ୍କର ହଜାର ହଜାର ମନ୍ଦିର ଅଛି, ସେମାନଙ୍କ ମଧ୍ୟରୁ ଅନେକ ଚମତ୍କାରରେ ପରିପୂର୍ଣ୍ଣ ହୋଇ ରହିଛି, ଯାହା ବିଷୟରେ ଆଜିଯାଏଁ କେହି ଜାଣପାରି ନାହାନ୍ତ । ଏହିପରି ଏକ ଚମତ୍କାର ମନ୍ଦିର ହେଉଛି ଅଚଲେଶ୍ୱର ମହାଦେବ ମନ୍ଦିର, ଯାହା ବିଜ୍ଞାନ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇ ରହିଛି ।

ରାଜସ୍ଥାନର ଧୌଲପୁରରେ ସ୍ଥିତ ଅଚଲେଶ୍ୱର ମହାଦେବଙ୍କ ମନ୍ଦିରରେ ଭଗବାନ ଶିବଙ୍କ ଚମତ୍କାର ଦେଖିବାକୁ ମିଳେ । ସେଠାରେ ଭଗବାନ ଶିବଙ୍କ ମନ୍ଦିରରେ ଥିବା ଶିବଲିଙ୍ଗର ରଙ୍ଗ ଦିନକୁ ୩ ଥର ପରିବର୍ତ୍ତନ ହୋଇଥାଏ । ଯଦିଓ ଏହି ଶିବଲିଙ୍ଗ୍ ଏକ ସାଧାରଣ ଶିବଲିଙ୍ଗ୍ ପରି ଦେଖାଯାଏ, କିନ୍ତୁ ଏହାର ପରିବର୍ତ୍ତିତ ସୁନ୍ଦର ରଙ୍ଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କୁହାଯାଉଛି ଯେ ଏହି ଶିବଲିଙ୍ଗ ଦିନକୁ ୩ ଥର ଏହାର ରଙ୍ଗ ବଦଳାଇଥାଏ । ଏପରି ହେବାର କାରଣ ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ବି ଖୋଜି ପାରିନାହାନ୍ତି । ଏହି ଶିବଲିଙ୍ଗର ରଙ୍ଗ ସକାଳେ ଲାଲ୍, ଦ୍ୱିପହରରେ କେସର ରଙ୍ଗ ଓ ରାତିର ସମୟରେ କଳା ରଙ୍ଗର ହୋଇଥାଏ । ଭକ୍ତଙ୍କ କହିବା ମୁତାବକ ଏହି ମନ୍ଦିରଟି ହଜାର ବର୍ଷ ପୁରୁଣା ହୋଇଥିବା ସହିତ ଡକାୟତି କାରଣରୁ ସେଠକୁ ବହୁତ କମ୍ ଲୋକ ଯାଆନ୍ତି ।

ଅଚଲେଶ୍ୱରର ସ୍ଥାନୀୟ ଲୋଙ୍କ କହିବା ମୁତାବକ, ଏହି ଶିବଲିଙ୍ଗର ମୂଳ ପର୍ଯ୍ୟନ୍ତ ଆଜିଯାଏଁ କେହି ପହଞ୍ଚି ପାରି ନାହାଁନ୍ତି । ଶିବଲିଙ୍ଗ ଭୂମିରେ କେତେ ଗଭୀର ଭାବରେ ସଂଲଗ୍ନ ହୋଇଛି ତାହା ଜାଣିବା ପାଇଁ ଏହାର ଖନନ କାର୍ଯ୍ୟ ଅନେକ ଦିନ ଧରି ଚାଲିଥିଲା, କିନ୍ତୁ ଲୋକମାନେ ଏହାର ଶେଷ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ । ଯେଉଁଥିପାଇଁ ଖନନ କାର୍ଯ୍ୟ ବନ୍ଦ ହୋଇଥିଲା ।

ଅଚଲେଶ୍ୱର ମହାଦେବ ମନ୍ଦିରକୁ ଲୋକମାନେ ଅନେକ ମାନସିକ ନେଇ ଆସିଥାନ୍ତି । ଲୋକମାନେ କୁହନ୍ତି ଯେ, ଏହି ଶିବଲିଙ୍ଗର ଦର୍ଶନ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଜୀବନର ସମସ୍ତ ଅସୁବିଧା ଦୂର ହୋଇଯାଏ । ମନମୁତାବକ ଜୀବନ ସାଥୀଟିଏ ପାଇବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି । କୁହାଯାଏ ଯେ, ଯଦି ଅବିବାହିତ ବ୍ୟକ୍ତି ଏହି ଶିବଲିଙ୍ଗର ଦର୍ଶନ କରିଥାଏ, ତେବେ ତାଙ୍କର ଇଚ୍ଛା ମୁତାବକ ଜୀବନ ସାଥୀଟିଏ ମିଳିଥାଏ ।

Get real time updates directly on you device, subscribe now.