fbpx

ମଙ୍କିପକ୍ସ ରୋଗ ହେଲେ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କ’ଣ ଏହି ରୋଗ…

ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ(Monkeypox) ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ ଏପର୍ଯ୍ୟନ୍ତ ୮୦ ଦେଶରେ ୨୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ କ’ଣ ଏହି ମଙ୍କିପକ୍ସ ଏବଂ ଏହା କିପରି ବ୍ୟାପିଥାଏ ଏବଂ କ’ଣ ଏହାର ଲକ୍ଷଣ, ସେ ବିଷୟରେ ଜାଣିବା…

ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ(CDC) ମୁତାବିକ, ପ୍ରଥମ ଥର ଏହି ରୋଗ ୧୯୫୮ ରେ ସାମ୍ନାକୁ ଆସିଥିଲା । ସେତେବେଳେ ରିସର୍ଚ୍ଚ ପାଇଁ ରଖାଯାଇଥିବା ମାଙ୍କଡ଼ଙ୍କଠାରେ ଏହି ରୋଗ ମିଳିଥିଲା । ଏଥିପାଇଁ ଏହାର ନାମ ମଙ୍କିପକ୍ସ ରଖାଯାଇଥିଲା ।

ସିଡିସି ଅନୂଯାୟୀ, ମଙ୍କିପକ୍ସ ଏକ ଦୁର୍ଲଭ ରୋଗ, ଯାହା ମଙ୍କିପକ୍ସ ଭାଇରସ ସଂକ୍ରମଣ ଦ୍ୱାରା ହୋଇଥାଏ । ଏହି ଭାଇରସ ଭ୍ୟାରିଓଲା ଭାଇରସ(Variola Virus)ର ଅଂଶ ଯେଉଁଥିରେ ସ୍ମଲପକ୍ସ(Smallpox) ହୋଇଥାଏ । ମଙ୍କିପକ୍ସର ଲକ୍ଷଣ ସ୍ମଲପକ୍ସ ଭଳି ହୋଇଥାଏ । ବହୁତ୍ କମ୍ ମାମଲାରେ ଏହା ଘାତକ ସାବ୍ୟସ୍ତ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ(), ମଣିଷଙ୍କ ମଧ୍ୟରେ ମଙ୍କିପକ୍ସର ପ୍ରଥମ ମାମଲା ୧୯୭୦ରେ ସାମ୍ନାକୁ ଆସିଥିଲା । ସେତେବେଳେ କଙ୍ଗୋର ରହୁଥିବା ଜଣେ ୯ ମାସର ପିଲାକୁ ଏହି ସଂକ୍ରମଣ ହୋଇଥିଲା । ୧୯୭୦ ପରେ ୧୧ ଆଫିକ୍ରୀୟ ଦେଶରେ ମଣିଷଙ୍କ ଠାରୁ ମଙ୍କିପକ୍ସ ସଂକ୍ରମିତ ହେବାର ମାମଲା ସାମ୍ନାକୁ ଆସିଥିଲା ।

ଦୁନିଆରେ ମଙ୍କିପକ୍ସ ସଂକ୍ରମଣ ଆଫ୍ରିକାରୁ ବ୍ୟାପିଛି । ୨୦୦୩ ରେ ଆମେରିକାରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା । ୨୦୧୮ ରେ ଇସ୍ରାଏଲ ଏବଂ ବ୍ରିଟେନରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା । ମେ ୨୦୧୯ ରେ ସିଙ୍ଗାପୁର ରେ ମଧ୍ୟ ନାଇଜେରିଆରରୁ ଫେରିଥିବା ଲୋକଙ୍କ ଠାରେ ମଙ୍କିପକ୍ସ ଭାଇରସ େଇ ସ୍ପଷ୍ଟ ହୋଇଥିଲା ।

ଏଭଳି ଦେଖାଯାଏ  ଲକ୍ଷଣ:

ଜ୍ୱର ଆସିବା, ମୁଣ୍ଡବିନ୍ଧା ହେବା, ମାସଂପେଶୀରେ ଦରଜ ହେବା ଭଳି ଲକ୍ଷଣ ଦେଖାଯାଏ ।

ସବୁଠୁ ଅଧିକ ହେଉଛି ଚର୍ମରେ ଫଳି ଯିବା, ଏହା ମୁହଁରୁ ଆରମ୍ଭ ହୋଇଥାଏ ଏବଂ ହାତ, ଗୋଡ, ଧୀରେଧୀରେ ପୂରା ଶରୀରରେ ମାଡ଼ିଯାଏ ।

Get real time updates directly on you device, subscribe now.