fbpx

୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ପତ୍ତି ବଢ଼ିଛି କୋଟିରେ, ଏମାନଙ୍କ ଶାସନ କାଳରେ ରାଜ୍ୟର ଗରିବଙ୍କର ଆୟ କେତେ ବଢ଼ିଛି, ଜାଣନ୍ତୁ

ନୂଆଦିଲ୍ଲୀ: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ୍ ରହିଛି । ତେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ବୃଦ୍ଧି ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି । ତଥ୍ୟରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟ ନାଥ ୧.୫୪ କୋଟି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିିତ ସିଂହ ଚନ୍ନି ୯.୪୫ କୋଟି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ୩.୩୪ କୋଟି, ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହ ୧.୩୬ କୋଟି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୮.୭୬ କୋଟି ଟଙ୍କାର ମାଲିକ ଅଟନ୍ତି ।

ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଏହି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ବଢ଼ିବାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । ମାତ୍ର ସାଧାରଣ ଜନତାଙ୍କ ରୋଜଗାର ଆଦୌ ବଢ଼ୁନାହିଁ । ମୁଖ୍ୟମନ୍ତ୍ରୀମାନଙ୍କର ଆୟ କୋଟିରେ ବଢ଼ୁଥିବା ଆମ ଆଦମୀଙ୍କ ରୋଜଗାର ହଜାରରେ ମଧ୍ୟ ବୃଦ୍ଧି ହେଉନାହିଁ । ୫ ବର୍ଷର ଶାସନ ସମୟରେ ଯୋଗୀଙ୍କର ସମ୍ପତ୍ତି ୬୦ ପ୍ରତିଶତ ବଢ଼ିଛି । ୟୁପିରେ ତାଙ୍କର ଶାସନ କାଳରେ ଜନତାଙ୍କ ଆୟ ୫୦୦ ଟଙ୍କା ମଧ୍ୟ ବଢ଼ିନାହିଁ । ପଞ୍ଜାବର ଜନତାଙ୍କ ଆୟ ବର୍ଷରେ ୪ ହଜାର ଟଙ୍କା ବଢ଼ିଛି । ୫ ବର୍ଷରେ ଧାମିଙ୍କ ଆୟ ୫୮୦ ପ୍ରତିଶତ ବଢ଼ିଥିବା ବେଳେ ସାଧାରଣ ଜନତାଙ୍କ ଆୟ ହ୍ରାସ ପାଇଛି । ଗୋଆ ମୁଖ୍ୟମନ୍ତ୍ରୀଙ୍କ ଆୟ ୨୧୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଜନତାଙ୍କ ଆୟ ଦେଶର ଅନ୍ୟ ରାଜ୍ୟଠାରୁ ଉପରେ ରହିଛି । ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଆୟ ୫ ବର୍ଷରେ ହ୍ରାସ ପାଇଥିବା ବେଳେ ଜନତାଙ୍କ ଆୟ ୬ ହଜାରରୁ ଅଧିକ ବଢ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.