ମୁଣ୍ଡ ବିନ୍ଧିକି ଫଟେଇ ଦେଉଛି କି, ଶୀଘ୍ର କରନ୍ତୁ ଏହି ପରୀକ୍ଷା, ନହେଲେ ଚାଲିଯିବ ଜୀବନ !

ମୁଣ୍ଡ ବିନ୍ଧାକୁ ଏଡ଼ାଇବା ପାଇଁ କରନ୍ତୁ ଏହି ଉପଚାର।

ଓଡ଼ିଶାଭାସ୍କର: ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା। ଯାହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ କୌଣସି ନା କୌଣସି ସମୟରେ ଦେଖିବାକୁ ମିଳିଥାଏ। ଏହି ମୁଣ୍ଡ ବିନ୍ଧା କେତେବେଳେ କାହାକୁ କମ୍ ହୋଇଥାଏ ତ ଆଉ କେତେ ଜଣଙ୍କ କ୍ଷେତ୍ରରେ ଅସହ୍ୟ ଅନୁଭୂତ ହୁଏ।

ଯଦି ଆପଣଙ୍କର ବି ମୁଣ୍ଡ ବିନ୍ଧା ହେଉଛି ତେବେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ। ଏହି ମୁଣ୍ଡ ବିନ୍ଧା ପଛରେ ଅନେକ କାରଣ ଥାଇପାରେ। ଯାହା ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।  ତେବେ ଆସନ୍ତୁ ଜାଣିବା ମୁଣ୍ଡ ବିନ୍ଧାର କିଛି ସାଧାରଣ କାରଣ।

ଡିହାଇଡ୍ରେସନ୍: ଡିହାଇଡ୍ରେସନ୍ ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ। ଶରୀରରେ ପାଣିର ଅଭାବ ଯୋଗୁଁ ମୁଣ୍ଡବିନ୍ଧା ହୋଇଥାଏ। ଯେତେବେଳେ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନଥାଏ, ସେତେବେଳେ ମସ୍ତିଷ୍କ ଅସ୍ଥାୟୀ ଭାବରେ ସଙ୍କୁଚିତ ହୋଇଯାଏ। ଯାହା ମୁଣ୍ଡବିନ୍ଧା କରାଏ। ନିୟମିତ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧାକୁ ଏଡ଼ାଯାଇପାରିବ।

ଚାପ: ଆପଣ ଯଦି ଚାପରେ ରହୁଛନ୍ତି ତାହାଲେ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ। ହେଲେ ଏହା ସାଧାରଣ। ଯେତେବେଳେ ଆପଣ କୌଣସି ଷ୍ଟ୍ରେସରେ ରହୁଛନ୍ତି ସେତେବେଳେ ଆପଣଙ୍କ ବେକ ଏବଂ ମୁଣ୍ଡର ମାଂସପେଶୀ ଟାଣ ହୋଇଯାଏ। ଯାହାକି ମୁଣ୍ଡ ବିନ୍ଧା ସୃଷ୍ଟି କରେ।

ଅନିଦ୍ରା ରହିବା: ନିଦ ଅଭାବ ମଧ୍ୟ ମୁଣ୍ଡବିନ୍ଧାର ଏକ ବଡ଼ କାରଣ। ଯଦି ଆପଣ ୭ ରୁ ୮ ଘଣ୍ଟା ସମ୍ପୂର୍ଣ୍ଣ ଭାବେ ନ ଶୁଅନ୍ତି, ତେବେ ଏହା ସକାଳେ ମୁଣ୍ଡବିନ୍ଧା ସୃଷ୍ଟି କରିପାରେ।

ନିଦ ଅଭାବ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରେ। ଯାହା ମୁଣ୍ଡବିନ୍ଧା ସୃଷ୍ଟି କରେ। ତେଣୁ ମୁଣ୍ଡ ବିନ୍ଧା କମ୍ କରିବାକୁ ହେଲେ ଆପଣଙ୍କୁ ଠିକ୍ ଭାବରେ ଶୋଇବାକୁ ହେବ।

ସାଇନସ୍ ସମସ୍ୟା: ଯଦି ଆପଣଙ୍କର ସାଇନସ୍ ସମସ୍ୟା ଅଛି, ତେବେ ଆପଣ ମୁଣ୍ଡବିନ୍ଧା ମଧ୍ୟ ଭୋଗିପାରନ୍ତି। ସାଇନସ୍ ଯନ୍ତ୍ରଣା ଆଖିରୁ କପାଳ ଏବଂ ଗାଲକୁ ବ୍ୟାପିଥାଏ। ଯେତେବେଳେ ଆପଣଙ୍କର ସାଇନସ୍ ଫୁଲିଯାଏ, ସେତେବେଳେ ସାଇନସ୍ ମୁଣ୍ଡବିନ୍ଧା ହୁଏ।