fbpx
BSKY SKY
BSKY SKY

୧ରୁ ୯ ଭିତରେ ଲୁଚିଛି ସୁଖ ଦୁଃଖ ସଂସାର ଚାବିକାଠି; ଜାଣନ୍ତୁ କଣ କହୁଛି ଆପଣଙ୍କ ନମ୍ବର

BSKY

ବିବାହ ଏକ ପବିତ୍ର ସମ୍ପର୍କ ଏବଂ ଏହା ସ୍ୱର୍ଗରୁ ସ୍ଥିର ହୋଇଥାଏ ବୋଲି ସମସ୍ତେ କହିଥାନ୍ତି । ସେମିତି ପ୍ରତ୍ୟେକ ସଂଖ୍ୟାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଥାଏ । ଏହା ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରିଥାଏ । ଆଜି ଆମେ ଆଲୋଚନା କରିବା କେମିତି ନ୍ୟୁମେରୋଲୋଜି ଆପଣଙ୍କ ପ୍ରେମ ଓ ଆପଣଙ୍କ ପାର୍ଟନରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ତେବେ ପ୍ରଥମେ ଆସନ୍ତୁ ଜାଣିନେବା ନ୍ୟୁମେରୋଲୋଜି କିଭଳି କାମ କରିଥାଏ । ଧରି ନିଅନ୍ତୁ ଆପଣଙ୍କ ଜନ୍ମ ତାରିଖ୧୪ ତାହେଲେ ଆପଣଙ୍କ ବାର୍ଥ ନମ୍ବର ୧+୪=୫ ରହିବ । ଆପଣଙ୍କ ସମୁଦାୟ ଜନ୍ମ ତାରିଖକୁ ମିଶାଇଲେ ଯେଉଁ ଏକ ଅଙ୍କ ସଂଖ୍ୟା ଆସେ ତାହା ହେଉଛି ଡେଷ୍ଟିନୀ(ଭାଗ୍ୟ) ନମ୍ବର । ଉଦାହରଣ ସ୍ୱରୂପ ୧୪.୦୪.୨୦୦୧ରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଡେଷ୍ଟିନି ନମ୍ବର ରହିବ ୩ । ଏହିପରି ଭାବରେ ଆପଣ ନିଜର ନ୍ୟୁମେରୋଲୋଜି ଚେକ୍ କରାଇ ନିଅନ୍ତୁ । ନିମ୍ନରେ ବିଭିନ୍ନ ନମ୍ବର ସହିତ ଜଡିତ ବିବାହ ଅନୁମାନ ପ୍ରକାଶ କରାଗଲା ।
ନମ୍ବର-୧: ନ୍ୟୁମେରୋଲୋଜି ୧ ରହିଥିବା ବ୍ୟକ୍ତିମାନେ ବହୁତ ଭାବୁକ ଏବଂ ସହଜରେ ପ୍ରଭାବିତ ହୋଇଥାଆନ୍ତି । ଏମାନେ ବାସ୍ତବତାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପାର୍ଟନରଙ୍କୁ ଭଲ ଭାବରେ ଜାଣିବାକୁ ପ୍ରୟାସ କରନ୍ତି । ଏହି ବ୍ୟକ୍ତି ମାନେ ସାଧାରଣତଃ ନିଜର ପିଲାଦିନର ସାଙ୍ଗଙ୍କୁ ବିବାହ କରିଥାନ୍ତି । ଏମାନେ ପ୍ରେମରେ କୌଣସି ବୁଝାମଣା କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଜୋର ଜବରଦସ୍ତ ଏମାନେ ପ୍ରେମରେ ପଡନ୍ତି ନାହିଁ । ୨,୪, ଓ ୬ ନ୍ୟୁମେରୋଲୋଜି ଥିବା ବ୍ୟକ୍ତିଙ୍କ ସହିତ ଏମାନଙ୍କ ଯୋଡି ଚମକ୍ରାର ରହୁଥିବା ବେଳେ ୭,୮ ଓ ୯ ନ୍ୟୁମେରୋଲୋଜି ସହିତ ଏମାନଙ୍କ ଯୋଡି ସବୁଠୁ ନିକୃଷ୍ଟ ରହିଥାଏ ।
ନମ୍ବର-୨: ନ୍ୟୁମେରୋଲୋଜି ୨ ରହିଥିବା ବ୍ୟକ୍ତିଙ୍କ ମୁଡ ପ୍ରତି ମୂହୂର୍ତ୍ତରେ ପରିବର୍ତ୍ତନ ହୋଇଥାଏ । ସମ୍ପର୍କକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଆଲୋଚନା କରିବା ଦ୍ୱାରା ସହଜରେ ସମାଧାନ ବାହାରିଥାଏ । ନିଜ ପ୍ରେମ ସମ୍ପର୍କକୁ ଏମାନେ ଗୋପନ ରଖିବାକୁ ଭଲ ପାଇଥାନ୍ତି । ୧,୩ ଓ ୬ ଏମାନଙ୍କ ପାଇଁ ଶ୍ରେଷ୍ଠ ପାର୍ଟନର ରହିଥିବା ବେଳେ ୫ ଓ ୮ ଏମାନଙ୍କ ପାଇଁ ଖରାପ ପାର୍ଟନର ରହିଥାନ୍ତି ।
ନମ୍ବର-୩: ନ୍ୟୁମେରୋଲୋଜି ୩ ରହିଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ବାସ୍ତବ ବାଦୀ ଏବଂ ନିଜକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କ ଏହି ଗୁଣ ପାଇଁ ଏମାନେ ନିଜ ପାର୍ଟନରକୁ ନିୟନ୍ତ୍ରଣରେ ରଖିବାକୁ ଭଲ ପାଇଥାନ୍ତି । ଏହି ନ୍ୟୁମେରୋଲୋଜିର ବ୍ୟକ୍ତି ମାନେ ଆଦୌ ରୋମାଣ୍ଟିକ ହେଇ ନଥାନ୍ତି । ସର୍ବଦା ଉପରକୁ ଉଠିବାକୁ ଆଶାୟୀ ଥିବା ଏହି ବ୍ୟକ୍ତିଙ୍କ ସମ୍ପର୍କ ଉପରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥାଏ । ୨,୬ ଓ ୯ ଏମାନଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ ରହିଥିବା ବେଳେ ୧ ଓ ୪ ଖରାପ ରହିଥାଏ ।
ନମ୍ବର-୪: ଏହି ନ୍ୟୁମେରୋଲୋଜିର ବ୍ୟକ୍ତିମାନେ ଶାରୀରିକ ସୁଖ ପାଇଁ ବିବାହ ବାହାରେ ଏକାଧିକ ଅନୈତିକ ସମ୍ପର୍କ ରଖିଥାନ୍ତି । ତେବେ ୨୨ ତାରିଖରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ନିଜ ପାର୍ଟନରଙ୍କ ପାଇଁ ଅଧିକ ବିଶ୍ୱସ୍ତ ହୋଇଥାନ୍ତି । ଏହି ନ୍ୟୁମେରୋଲୋଜିର ବ୍ୟକ୍ତି ମାନେ ନିଜ ପାର୍ଟନରଙ୍କୁ ନିୟନ୍ତ୍ରଣ କରିବାକୁ ଭଲ ପାଇଥାନ୍ତି । ପାର୍ଟନରଙ୍କ ପ୍ରତି ବିଶ୍ୱସ୍ତ ରହୁଥିବା ନେଇ ଦେଖାଉଥିବାରୁ ଏମାନଙ୍କ ଅନୈତିକ ସମ୍ପର୍କ ବାହାରକୁ ଆସିନଥାଏ । ଏହି ବ୍ୟକ୍ତି ମାନେ ସାମାନ୍ୟ କଥାରେ ରାଗୁଥିବାରୁ ଏହା ତାଙ୍କ ବିବାହକୁ ପ୍ରଭାବିତ କରିଥାଏ ଏପରିକି ଅନେକ ସମୟରେ ଏହା ଡିଭୋର୍ସର କାରଣ ହୋଇଥାଏ । ୧,୨, ୭ ଓ ୮ ନ୍ୟୁମେରୋଲୋଜି ଏମାନଙ୍କ ପାଇଁ ଶ୍ରେଷ୍ଠ ରହୁଥିବା ବେଳେ୪ ନ୍ୟୁମେରୋଲୋଜିର ବ୍ୟକ୍ତି ପରସ୍ପର ପାଇଁ ଘାତକ ହୋଇଥାନ୍ତି ।
ନମ୍ବର-୫: ନ୍ୟୁମେରୋଲୋଜି ୫ ର ବ୍ୟକ୍ତି ସେକ୍ସକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ନିଜର ସେକ୍ସ ଲାଇଫକୁ ନେଇ ଏମାନେ ବେଶ ପରୀକ୍ଷଣ କରିଥାନ୍ତି । ଏହି ନ୍ୟୁମେରୋଲୋଜିର ବ୍ୟକ୍ତି ମାନେ ଖୁବ ଶୀଘ୍ର ବୋର ହେବା ସହିତ ବିବାହ ପୂର୍ବରୁ ଏକାଧିକ ସମ୍ପର୍କ ରଖିଥାନ୍ତି । ବିନା କାରଣରରେ ଏକାଧିକ ପାର୍ଟନରଙ୍କୁ ମଧ୍ୟ ଛାଡି ଦେଇଥାନ୍ତି ଏହି ବ୍ୟକ୍ତି । ୫ଓ ୮ ନ୍ୟୁମେରୋଲୋଜି ଏମାନଙ୍କ ପାଇଁ ଶ୍ରେଷ୍ଠ ହୋଇଥିବା ବେଳେ ୨ ସହିତ ଏମାନଙ୍କର ପଡିନଥାଏ ।
ନମ୍ବର-୬: ଏହି ନ୍ୟୁମେରୋଲୋଜିର ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଆକର୍ଷକ ରହିଥାଏ । ବିବାହ ବାହାରେ ସମ୍ପର୍କ ରଖୁଥିବା ଏହି ବ୍ୟକ୍ତି ନିଜ ପାର୍ଟନରଙ୍କ ପାଇଁ ଆଦୌ ବିଶ୍ୱସ୍ତ ନଥାନ୍ତି । ୬ ନମ୍ବର ସହିତ ପ୍ରେମ ଓ ଶାନ୍ତି ଜଡିତ ତେଣୁ ଶାରୀରିକ ଯୋଗ୍ୟତା ଏମାନଙ୍କ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଫୋର ପ୍ଲେ ଏବଂ ସମ୍ପର୍କ ସ୍ଥାପନ କରିବାରେ ଏମାନେ ଆଗୁଆ ରହିଥାନ୍ତି । ଏହି ନ୍ୟୁମେରୋଲୋଜିର ବ୍ୟକ୍ତି ସମସ୍ତ ନ୍ୟୁମେରୋଲୋଜି ସହିତ ସହଜରେ ମିଶି ପାରନ୍ତି ।
ନମ୍ବର-୭: ନ୍ୟୁମେରୋଲୋଜି ୭ର ବ୍ୟକ୍ତି ଅତ୍ୟନ୍ତ ରୋମାଣ୍ଟିକ । ରୋମାଣ୍ଟିକ ଡେଟ ଏବଂ ଗିଫ୍ଟ ସହିତ ସରପ୍ରାଇଜ ଏମାନଙ୍କୁ ପସନ୍ଦ ଆସିଥାଏ । ଉଭୟ ବ୍ୟକ୍ତିଗତ ଜୀବନ ଏବଂ କର୍ମମୟ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷାକରି ସଫଳ ହେବା ଉପରେ ଏମାନେ ଗୁରୁତ୍ୱ ଦେଇଥାନ୍ତି । ୨ ନମ୍ବର ଏମାନଙ୍କ ପାଇଁ ଶ୍ରେଷ୍ଠ ହେଉଥିବା ବେଳେ ୯ ଏମାନଙ୍କ ପାଇଁ ସବୁଠାରୁ ଖରାପ ରହିଥାଏ ।
ନମ୍ବର-୮: ଏହି ନ୍ୟୁମେରୋଲୋଜିର ବ୍ୟକ୍ତିମାନେ ଅତ୍ୟନ୍ତ ଦୃଢମନା ରହିଥାନ୍ତି ମାତ୍ର ନିଜ ସମ୍ପର୍କକୁ ନେଇ ଅତ୍ୟନ୍ତ ଭାବବିହ୍ୱଳ ମଧ୍ୟ ରହିଥାନ୍ତି । ଏମାନେ ସର୍ବଦା ନିଜ ପାର୍ଟନରଙ୍କ ପାଇଁ ବିଶ୍ୱସ୍ତ ରହିଥାନ୍ତି । ତେବେ ଭୁଲ ବୁଝାମଣା ପାଇଁ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ୮ ନ୍ୟୁମେରୋଲୋଜି ସହିତ ଏମାନଙ୍କ ବିବାହ ସବୁଠୁ ଅଧିକ ସଫଳ ବୋଲି ବିବେଚନା କରାଯାଇଥାଏ । ୨ ସହିତ ଏମାନଙ୍କ ସମ୍ପର୍କ ଖରାପ ରହିଥାଏ ମାତ୍ର ଏମାନେ ଭଲ ସାଙ୍ଗ ହୋଇ ପାରିଥାନ୍ତି ।
ନମ୍ବର-୯: ନ୍ୟୁମେରୋଲୋଜି ନମ୍ବର ୯ର ବ୍ୟକ୍ତି ମାନେ ଅତ୍ୟଧିକ ନିୟନ୍ତ୍ରଣକାରୀ ସ୍ୱଭାବରୁ ହୋଇଥାନ୍ତି । ଏମାନଙ୍କ ଭାବାବେଗକୁ ବୁଝିବାରେ ଅନ୍ୟମାନେ ସକ୍ଷମ ହୋଇନଥାନ୍ତି । ସେକ୍ସକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରେମ ଏମାନଙ୍କ ପାଇଁ ଏତେଟା ଗୁରୁତ୍ୱ ବହନ କରିନଥାଏ । ସେକ୍ସ ପାଇଁ ଏମାନେ ବିବାହ ବାହରେ ସମ୍ପର୍କ ରଖିବାକୁ ପଛାନ୍ତି ନାହିଁ । ପରିବାର ପ୍ରତି ଏମାନେ ଅଧିକ ବିଶ୍ୱସ୍ତ ରହିଥାନ୍ତି । ୨ଓ୬ ନମ୍ବର ସହିତ ଏମାନଙ୍କ ଯୋଡି ଜମୁଥିବା ବେଳେ ୧ଓ ୯ ସହିତ ସମ୍ପର୍କ ଖରାପ ରହିଥାଏ ।

Get real time updates directly on you device, subscribe now.