fbpx

୩ ମହଲା ଝରକା ତାଜାରୁ ଯୁବକକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଗ୍ନିଶମ ବିଭଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନକେଦାମ । ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଯୁବକକୁ ଉଦ୍ଧାର କରା ଯାଇ ପାରିଲା । ଆଜି ସକାଳ ପ୍ରାୟ ୧୦ ଟା ବେଳେ ହଠାତ ଜଣେ ଯୁବକ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲିଡ଼ିଂ ର ୩ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ସମସ୍ତେ ଆଚମ୍ବିତ ହୋଇ ପଡ଼ିଥିବା ବେଳେ , ତୁରନ୍ତ ଚିକିତ୍ସାଳୟ କୃତପକ୍ଷ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲା। ପରେ ଆରମ୍ବ ହୋଇଥିଲା ରେଶକ୍ୟୁ ଅପରେସନ ।

ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏହି ରେଶକ୍ୟୁ ଅପରେସନ । ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଧାର କାର୍ୟ୍ୟ ଆରମ୍ବ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝା ସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରସି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳର ଭଜମନ ଗୋଛୟତ ।

Get real time updates directly on you device, subscribe now.