fbpx

ମନ୍ତ୍ରୀଙ୍କ ବାଳୁଙ୍ଗା ପୁଅ: ମିଟିଂ ମଝିରେ ଏମିତି ହଲେଇଲା ଗାଜର, ମା’ ହସି ହସି ବେଦମ

ନୂଆଦିଲ୍ଳୀ: କରୋନା ସମୟରେ ଜୁମ୍ ବା ଭିଡିଓ କଲ ଜରିଆରେ ମିଟିଂ ହେଉଛି । ଏପରି ସମୟରେ ଅନେକ ଅପ୍ରତ୍ୟାଶିତ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଘଟିଛି ନ୍ୟୁଜିଲାଣ୍ଡରେ । ନ୍ୟୁଜିଲାଣ୍ଡର ମହିଳା ମନ୍ତ୍ରୀ କାର୍ମେଲ ସେପୁଲୋନି ଏକ ଜୁମ ଭିଡିଓ କଲ ସମୟରେ ଏପରି ପରସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କାର୍ମେଲ ଜୁମ କଲରେ ଥିବା ସମୟରେ ପଛ ଆଡୁ କବାଟ ଖୋଲି ପଶି ଆସିଥିଲା ତାଙ୍କ ପୁଅ ।

ପୁଅ ହାତରେ ରହିଥିଲା ଏକ ଗାଜର । ତେବେ ଏହି ଗାଜରଟିର ଅପ୍ରାକୃତିକ ଆକାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଗାଜରଟିକୁ କାର୍ମେଲଙ୍କ ପୁଅ ହାତରେ ଧରି ହଲାଉଥିଲା । ପୁରୁଷ ଯୌନାଙ୍ଗ ଆକାରର ରହିଥିବା ଏହି ଗାଜରଟିକୁ ଦେଖି କାର୍ମେଲ ଏହାକୁ ଛଡାଇବାକୁ ଚେଷ୍ଟା କରିଥିଲେ । ତେବେ ଶିଶୁ ଜଣକ ଛାଡିବାକୁ ରାଜି ନଥିଲା । ଏହି ଘଟଣାକୁ ନେଇ କାର୍ମେଲ ବେଶ ହସିଥିଲେ । ପରବର୍ତ୍ତୀ ସମୟରେ କାର୍ମେଲ ଏହି ଘଟଣାର ଭିଡିଓକୁ ନିଜର ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିଥିଲେ ଯାହା ବେଶ ଭାଇରାଲ ହୋଇଥିଲା । ଏହା ସହିତ ଅପ୍ରାକୃତିକ ଆକାରର ଗାଜର ଭବିଷ୍ୟତରେ କେବେବି କିଣିବି ନାହିଁ ବୋଲି କାର୍ମେଲ ଆଉ ଏକ ଟ୍ୱିଟରେ ଲେଖିଛନ୍ତି ।

Get real time updates directly on you device, subscribe now.